36.1 C
Bhubaneswar
Sunday, May 17, 2026
Homeଅପରାଧପତ୍ନୀକୁ ପିଟିପିଟି ମାରିଦେଲେ ନୃଶଂସ ସ୍ୱାମୀ

ପତ୍ନୀକୁ ପିଟିପିଟି ମାରିଦେଲେ ନୃଶଂସ ସ୍ୱାମୀ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ରଙ୍ଗିଆଟିକ୍ରା ଗ୍ରାମପଞ୍ଚାୟତ ତୁରିପଡା ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀକୁ ରାଗରେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତ କଳିଙ୍ଗା ବାଘଙ୍କର ବୟସ ୩୫ ବର୍ଷ। ଅଭିଯୁକ୍ତ ସ୍ୱାମୀ ପ୍ରଦୀପ ବାଘଙ୍କୁ ଗୋବିନ୍ଦପୁର ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ମୃତ ମହିଳାଙ୍କ ଭାଇ ବାବୁଲୁ ମାଝୀଙ୍କ ନାରେ ଏକ ମାମଲା ରୁଜୁ କରାଯାଇଛି। ପରେ ଗୁରୁତର ଅବସ୍ଥାରେ କଳିଙ୍ଗାଙ୍କୁ ରାତିରେ ଏକ ଆମ୍ବୁଲାନ୍ସରେ ଗୋବିନ୍ଦପୁର ଥାନାକୁ ଚିକିତ୍ସା ପାଇଁ ଆଣିଥିଲେ। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ମୃତ ମହିଳାଙ୍କ ଭାଇ ଏନେଇ ଗୋବିନ୍ଦପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମୃତଦେହକୁ ଜବତ କରି ପ୍ରଦୀପକୁ ଗିରଫ କରି ତାଙ୍କ ଘରୁ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ବେଣ୍ଟକୁ ଜବତ କରି କୋର୍ଟଚାଲାଣ କରିଛନ୍ତି। କୁଚିଣ୍ଡା ଏସଡିପିଓ ପ୍ରଦୀପ ଦାସଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଦଳ ଏହାର ତଦନ୍ତ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking