25.1 C
Bhubaneswar
Monday, December 8, 2025
Homeଓଡିଶା୬୮ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ: ମାଆ,ପୁଅ ଗିରଫ

୬୮ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ: ମାଆ,ପୁଅ ଗିରଫ

କାମାକ୍ଷାନଗର: କାମାକ୍ଷାନଗର ଅବକାରୀ ବିଭାଗର ବଡ ସଫଳତା । ୬୮୦ ଗ୍ରାମର ବ୍ରାଉନସୁଗାର ଜବତ ହଇଛି । ଯାହାର ଆନୁମାନିକ ମୂଲ୍ୟ ୬୮ ଲକ୍ଷ ଟଙ୍କା ହେବାର ସୂଚନା ମିଳିଛି । ଏନେଇ ଖବର ପାଇ କାମାକ୍ଷାନଗର ସହରର ମୁଣ୍ଡିଦେଉଳି ସାହିରେ ବ୍ରାଉନ ସୁଗାର କାରବାର ନେଇ ଚଢାଉ କରିଥିଲା ଅବକାରୀ ବିଭାଗର ଦୁଇଟି ଟିମ । ଗିରଫ ଦୁଇଜଣ ମା ଓ ପୁଅ ହୋଇଥିବା ବେଳେ ଚଢାଉ ବେଳେ ଅନ୍ୟ ଜଣେ ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କହିଛି ଅବକାରୀ ବିଭାଗ । ଅବକାରୀ ବିଭାଗକୁ ଚକମା ଦେଇ ବହୁ ଦିନ ହେଲା ମାଆ ପୁଅ ଏଠାରେ ବ୍ୟବସାୟ କରୁଥିଲେ । ଫେରାର ଥିବା ଅଭିଯୁକ୍ତକୁ ଗିରଫ ପାଇଁ ଅବକାରୀ ବିଭାଗ କହିଥିବା ବେଳେ ଆହୁରି ତଦନ୍ତ ଜାରି ରହିଛି । ରାଜ୍ୟ ବାହାରର ବ୍ରାଉନସୁଗାର ବେପାରିଙ୍କ ସହିତ ସଂପର୍କ ଥିବା ଅନୁମାନ କରିଛି ଅବକାରୀ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking