23.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଭାଇ ବଖାଣିଲା ଭଉଣୀର ପ୍ରେମ କାହାଣୀ

ଭାଇ ବଖାଣିଲା ଭଉଣୀର ପ୍ରେମ କାହାଣୀ

ଶିଲଂଗ: ଭାଇ-ଭଉଣୀରୁ ନୂଆ ଲଭ୍ ଷ୍ଟୋରୀ। ଘରେ ଥିଲେ ଡାକୁଥିଲେ ଦିଦି ଆଉ ବାହାରେ ସେହି ଦିଦି ସହ କରୁଥିଲେ ରୋମାନ୍ସ। ଏପରିକି ଭାଇ ବୋଲି ସମ୍ୱୋଧନ କରି ପ୍ରେମିକ ବାନ୍ଧୁଥିଲା ହାତରେ ରାକ୍ଷୀ। ହଁ ଆମେ କହୁଛୁ ସେହି ନରହନ୍ତା ସ୍ତ୍ରୀ ସୋନମ ଏବଂ ତାର ପ୍ରେମିକ ରାଜ କୁଶୱାହାଙ୍କ ସମ୍ପର୍କରେ। ହନିମୁନ୍ ମର୍ଡର କେସରେ ଦିନକୁ ଦିନ ନୂଆ ନୂଆ ଖବର ସାମ୍ନାକୁ ଆସିଛି। ସୋନମ ଏବଂ ରାଜଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ସୋନମ ରଘୁବଂଶୀଙ୍କ ଭାଇ ଗୋବିନ୍ଦ ରଘୁବଂଶୀ। ସେ କହିଛନ୍ତି ରାଜ ସବୁବେଳେ ସୋନମକୁ ଦିଦି ଦିଦି କହି ଡାକୁଥିଲା। ଆଉ ୩ ବର୍ଷ ହେବ ରାଜ ଏବଂ ମୋ ହାତରେ ସାଙ୍ଗରେ ରାକ୍ଷୀ ବାନ୍ଧୁଥିଲା ସୋନମ। ବହୁ ଚର୍ଚ୍ଚିତ ମେଘାଳୟ ହନିମୁନ ହତ୍ୟାକାଣ୍ଡ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ପୂର୍ବରୁ ଅଭିଯୋଗ ହୋଇ ଆସୁଛି କି ସ୍ୱାମୀ ରାଜା ରଘୁବଂଶୀଙ୍କୁ ଯୋଜନା ବଦ୍ଧ ଭାବେ ସ୍ତ୍ରୀ ସୋନମ ତାର ପ୍ରେମିକ ରାଜ୍ ସହ ମିଶି ହତ୍ୟା କରିଛି। ଏପରିକି ଏହି ହତ୍ୟାକାଣ୍ଡରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିସାରିଛି।

ଏବେ ସମସ୍ତ ଅଭିଯୁକ୍ତ ପୋଲିସ ରିମାଣ୍ଡରେ ରହିଛନ୍ତି। ସୋନମ ଏବଂ ଅଭିଯୁକ୍ତ ରାଜ ମଧ୍ୟ ଦୋଷ ସ୍ୱୀକାର କରିଛନ୍ତି। ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ରାଜ୍ ବୋଲି କୁହାଯାଉଛି। ତେବେ କିଛି ଦିନ ହେବ ଚର୍ଚ୍ଚାରେ ଥିବା ହନିମୁନ ମର୍ଡର ଘଟଣାରେ ଭଉଣୀର ପ୍ରେମ ସମ୍ପର୍କରେ ମୁହଁ ଖୋଲିଛନ୍ତି ସୋନମଙ୍କ ଭାଇ ଗୋବିନ୍ଦ ରଘୁବଂଶୀ। ସେ କହିଛନ୍ତି ରାଜ୍ ସବୁବେଳେ ସୋନମକୁ ଦିଦି ଦିଦି ବୋଲି କହୁଥିଲା। ଏବଂ ସୋନମ ମଧ୍ୟ ରାଜ ହାତରେ ରାକ୍ଷୀ ବାନ୍ଧୁଥିଲା। ଏପରିକି ରାଜ ମୋ ନିଜ ଘରେ ମୋ ସହିତ ବସୁଥିଲା ଏବଂ ୩ ବର୍ଷ ହେବ ସୋନମ ରାଜ ହାତରେ ଆଉ ମୋ ହାତରେ ସାଙ୍ଗରେ ରାକ୍ଷୀ ବାନ୍ଧୁଥିଲା। ତେବେ ଏଥିରୁ ଜଣା ପଡୁଛି ନିଜ ପାପ ସମ୍ପର୍କକୁ ଲିଚାଇବା ପାଇଁ ଘରେ ଭାଇ ଭଉଣୀର ନାଟକ କରୁଥିଲେ ରାଜ୍ ଏବଂ ସୋନମ। ଏବଂ ବାହାରେ ପ୍ରେମିକ ପ୍ରେମିକା ହୋଇ କରୁଥିଲେ ରାସଲୀଳା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking