26.1 C
Bhubaneswar
Thursday, September 19, 2024
Homeଦୁର୍ଗା ପୂଜା - 2024ଦୁର୍ଗା ପୂଜାରେ ଘରକୁ ଅଣାନ୍ତୁ ଏହି ଜିନିଷ ଟଙ୍କା ପଇସାର ରହିବନି ଅଭାବ

ଦୁର୍ଗା ପୂଜାରେ ଘରକୁ ଅଣାନ୍ତୁ ଏହି ଜିନିଷ ଟଙ୍କା ପଇସାର ରହିବନି ଅଭାବ

ଭୁବନେଶ୍ୱର : ଦୁର୍ଗାପୂଜା ଆସିବା ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି । ଦେବୀଙ୍କୁ ପ୍ରସନ୍ନ ରଖିବା ପାଇଁ, ତାଙ୍କ ପୂଜାରେ ବାସ୍ତୁ ନିୟମ ମଧ୍ୟ ପାଳନ କରାଯିବା ଜରୁରୀ ଅଟେ। ଦେବୀଙ୍କ ପୂଜା ସହିତ ଜଡିତ ଏହି ଜ୍ୟୋତିଷ ଶାସ୍ତ୍ର ଅତି ସହଜ ଏବଂ ପ୍ରଭାବଶାଳୀ ଅଟେ । ବାସ୍ତୁ ନିୟମ ସହିତ ଯେତେବେଳେ ପୂଜା କରାଯାଏ, ତେବେ ଦେବୀଙ୍କ କୃପା ମଧ୍ୟ ଅଧିକ ମିଳିଥାଏ । ତେବେ ଏହି ଦୁର୍ଗା ପୂଜା ଶେଷ ହେବା ପୂର୍ବରୁ ଘରକୁ ନେଇଆସନ୍ତୁ ଏହି ୫ ଗୋଟି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ ପୁରା ବର୍ଷ ହେବ ଧନର ବର୍ଷା। ମା ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଯେତେ ପୂଜାର୍ଚ୍ଚନା କଲେ ମଧ୍ୟ କମ ହୋଇଥାଏ। ତେଣୁ ମା ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ପୂଜାପାଠ ସହିତ କିଛି ଖାସ ଉପାୟ କରିବାକୁ ପଡିଥାଏ। ଏହି ଉପାୟ ଗୁଡିକୁ କରିବା ପାଇଁ ଆପଣ ମାନଙ୍କୁ ଦୁର୍ଗା ପୂଜା ଶେଷ ହେବା ପୂର୍ବରୁ ଏହି ୫ ଗୋଟି ଜିନିଷ ମଧ୍ୟରୁ କୌଣସି ବି ଗୋଟିଏ ଜିନିଷ ନିଜ ଘରକୁ ଆଣିବାକୁ ପଡିବ। ଏବଂ ମା ଦୁର୍ଗାଙ୍କୁ ସ୍ମରଣ କରି ପବିତ୍ର ମନରେ ଏହିସବୁ ଉପାୟ ଗୁଡିକୁ କରିବାକୁ ପଡିବ। ତେବେ ଆସନ୍ତୁ ସେହିସବୁ ଉପାୟ ଏବଂ ଜିନିଷ ଗୁଡିକ ବିଷୟରେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଜାଣିବା।
ରୁପାର ପଇସା : ଯଦି ଆପଣଙ୍କର ଘରେ ଦାରିଦ୍ର୍ୟତା ଦୂର କରିବାକୁ ଚାହୁଁଛନ୍ତି ତେବେ ଏହି ପବିତ୍ର ନବରାତ୍ରୀ ପର୍ବ ସରିବା ପୂର୍ବରୁ ରୁପାର ପଇସା ନିଜର ଘରକୁ ନିଶ୍ଚୟ ଆଣନ୍ତୁ। ଏହି ରୁପା ପଇସା ଆଣି କୌଣସି ବି ଦିନ ପବିତ୍ର ମନରେ ଭଲ ଭାବରେ ପୂଜା କରନ୍ତୁ ଏବଂ ତାହାକୁ ଘରର ଆଲମାରୀରେ ବନ୍ଦ କରି ରଖି ଦିଅନ୍ତୁ। ଏଥିରେ ଆପଣଙ୍କର ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ ଏବଂ ଘରକୁ ବିଭିନ୍ନ ଦିଗରୁ ଟଙ୍କା ପଇସାର ଆଗମନ ହୋଇଥାଏ । ସେହିଭଳି କଉଡି : ଯଦି ଆପଣଙ୍କୁ ଧନ ସମ୍ବଦ୍ଧିତ କିଛି କାର୍ଯ୍ୟର ଅସୁବିଧାର ସାମ୍ନା କରିବାକୁ ପଡୁଥାଏ ତେବେ ନବରାତ୍ରୀ ବା ଦୁର୍ଗା ପୂଜା ଶେଷ ହେବା ପୂର୍ବରୁ ଗୋଟିଏ ହଳଦିଆ କିମ୍ବା ଧଳା କଉଡ଼ି ନିଜ ଘରକୁ ନିଶ୍ଚିତ ଭାବରେ ଆଣନ୍ତୁ ଏବଂ ମା ଲକ୍ଷ୍ମୀଙ୍କର ପୂଜା କରିବା ସମୟରେ ଏହି କଉଡ଼ିକୁ ପୂଜା କରିବା ପାଇଁ ପୂଜା ସ୍ଥାନରେ ରଖିଦିଅନ୍ତୁ ପୂଜା କରିବା ପରେ କଉଡ଼ିକୁ ଗୋଟେ ଲାଲ ରଙ୍ଗର କପଡ଼ାରେ ବାନ୍ଧି ଦିଅନ୍ତୁ। ଏବଂ ଆଲମାରୀରେ ବା ଟଙ୍କା ରଖିଥିବା ସ୍ଥାନରେ ରଖି ଦିଅନ୍ତୁ। ଦେଖିବେ ପୁରା ବର୍ଷ ଆପଣଙ୍କର ଘରେ ଧନର ଅଭାବ ରହିବ ନାହିଁ। ଯଦି ଆପଣ ମା ଦୁର୍ଗା ବା ମା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଚାହୁଁଛନ୍ତି ତେବେ ପଦ୍ମ ଫୁଲରେ ବସିଥିବା ମା ଲକ୍ଷ୍ମୀଙ୍କର ଫୋଟ ଘରକୁ ନିଶ୍ଚିନ୍ତ ଭାବରେ ଆଣନ୍ତୁ। ଏହା ପରେ ସବୁଦିନ ଏହି ଫୋଟକୁ ପୂଜା କରନ୍ତୁ। ଏହି ଉପାୟ ଦ୍ୱାରା ଆପଣଙ୍କର ଘରେ ମା ଲକ୍ଷ୍ମୀ ସ୍ଥାୟୀ ଭାବରେ ବାସ କରିଥାନ୍ତି। ନବରାତ୍ରୀ ସମୟରେ ଘରକୁ ଦକ୍ଷିଣାବର୍ତୀ ଶଙ୍ଖ ଆଣିବା ଦ୍ୱାରା ଆପଣଙ୍କର ଘରେ ମା ଲକ୍ଷ୍ମୀ ଏବଂ କୁବେର ମହାରାଜାଙ୍କର କୃପା ବର୍ଷା ହୋଇଥାଏ। ଆପଣଙ୍କର ଘରେ ଧନର କୌଣସି ବି ଅଭାବ ରହିବ ନାହିଁ। ଶ୍ରୀଯନ୍ତ୍ର : ଏମିତିରେ ଶ୍ରୀଯନ୍ତ୍ର ବହୁତ ପ୍ରକାରର ହୋଇଥାଏ। କିନ୍ତୁ ଆପଣ କୌଣସି ବି ପ୍ରକାରର ଶ୍ରୀଯନ୍ତ୍ର ନିଜର ଘରକୁ ଆଣି ପାରିବେ। ଆପଣ ଏହି ଦୁର୍ଗା ପୂଜା ଶେଷ ହେବା ପୂର୍ବରୁ ଘରକୁ କୌଣସି ବି ପ୍ରକାର ଶ୍ରୀଯନ୍ତ୍ର ନେଇ ଆସନ୍ତୁ ଏବଂ ନିଜର ପୂଜା ଘରେ ଲାଲ କପଡା ଉପରେ ସ୍ଥାପନ କରି ଦିଅନ୍ତୁ ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ଏବଂ କୁବେର ଆପଣଙ୍କର ଘରେ ସ୍ଥାୟୀ ଭାବରେ ବାସ କରିଥାନ୍ତି। ଏବଂ ଆପଣଙ୍କୁ ଟଙ୍କା ପଇସା ଜନିତ କୌଣସିବି ପ୍ରକାରର ସମସ୍ୟାର ସମ୍ମୁଖୀନ କରିବାକୁ ପଡିନଥାଏ। ତେବେ ଆପଣମାନେ ଦୁର୍ଗା ପୂଜାରେ ଏହି ୫ ଟି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ ନିଶ୍ଚୟ ଆଣନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking