26.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଗିଜର ବିସ୍ଫୋରଣରେ ନବବଧୂଙ୍କ ମୃତ୍ୟୁ

ଗିଜର ବିସ୍ଫୋରଣରେ ନବବଧୂଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସମୟସମୟରେ ମଣିଷ ଜୀବନ ପାଣି ଫଟକା ଭଳି ହୋଇଥାଏ ବୋଲି ଲୋକଙ୍କ ମୁଖରୁ ଶୁଣିବାକୁ ମିଳିଥାଏ। ବାସ୍ତବରେ ବି ଦେଖିବାକୁ ଗଲେ ମଣିଷ ଜୀବନଟା ପାଣି ଫଟକା। କେତେବେଳେ ଯେ ଏହି ଶରୀରରୁ ଆତ୍ମାଛାଡ଼ି ଚାଲିଯିବ ତାହା କେହି କହି ପାରିବେ ନାହିଁ। ନିକଟରେ ଉତ୍ତରପ୍ରଦେଶର ବରେଲିରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ୫ଦିନ ପୂର୍ବରୁ ବିବାହ କରି ଶାଶୁଘରକୁ ଆସିଥିବା ନବବଧୂଙ୍କ ଗିଜର ବିସ୍ଫୋରଣରେ ମୃତ୍ୟୁ ହୋଇଯାଇଛି। ମୃତ ନବବଧୂଙ୍କ ନାମ ଦାମିନି ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଦାମିନିଙ୍କ ବିବାହ ନଭେମ୍ବର ୨୨ ତାରିଖରେ  ଦୀପକଙ୍କ ସହିତ ହୋଇଥିଲା। ସ୍ବାମୀଙ୍କ କହିବାନୁସାରେ, ଦାମିନ ସକାଳୁ ଉଠି ସ୍ନାନ କରିବା ପାଇଁ ଗାଧୁଆଘରକୁ ଯାଇଥିଲେ। ଅନେକ ସମୟ ହୋଇଯାଇଥିଲେ ସୁଦ୍ଧା ଦାମିନି ଗାଧୁଆ ଘରୁ ବାହାରି ନଥିଲେ। ତାଙ୍କୁ ଡାକିବାରୁ ସେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ଯେଉଁ କାରଣରୁ ଗାଧୁଆଘର କବାଟ ଭାଙ୍ଗିବାକୁ ପଡ଼ିଥିଲା।  କବାଟ ଭାଙ୍ଗି ଗାଧୁଆଘର ଭିତରକୁ ପ୍ରବେଶ କରିବା ପରେ ଦାମିନି ଚଟାଣରେ ଅଚେତ ଅବସ୍ଥାରେ ପଡ଼ିଥିବା ବେଳେ ଗିଜର ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳିଥିଲା। ସଙ୍ଗେସଙ୍ଗେ ଦାମିନିଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ନବବଧୂଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking