17.1 C
Bhubaneswar
Wednesday, February 11, 2026
Homeଓଡିଶାଟାଟାଷ୍ଟିଲ ମେଡିକା ହସ୍ପିଟାଲ ପକ୍ଷରୁ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଟାଟାଷ୍ଟିଲ ମେଡିକା ହସ୍ପିଟାଲ ପକ୍ଷରୁ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର : ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ଥିବା ୬ଟି ଟାଟାଷ୍ଟିଲ ଓ ଏନଆଇଏନଏଲର କମ୍ୟୁନିଟି ସଦସ୍ୟ ଓ ମହିଳା କର୍ମଚାରୀଙ୍କ ମଧ୍ୟରେ ସ୍ତନ କର୍କଟ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଶୁକ୍ରବାର କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ ମେଡିକା ହସ୍ପିଟାଲରେ ଏକ ସଚେତନତା ଅଧିବେଶନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଜାମସେଦପୁରସ୍ଥିତ ଟାଟା ମୁଖ୍ୟ ଡାକ୍ତରଖାନା (ଟିଏମଏଚ୍‌)ର କର୍କଟ ବିଶେଷଜ୍ଞ ଡାକ୍ତର ପରାଗ ରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଅଧିବେଶନରେ ଦାନଗଦି ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ଏଏନଏମ (ସହାୟକ ନର୍ସ ମିଡୱାଇଫ), ଆଶା କର୍ମୀ (ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ) ଏବଂ ଟାଟା ଷ୍ଟିଲ ଲିମିଟେଡ (ଟିଏସେଲ), ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନଆଇଏନଏଲ୍‌) ଏବଂ ଟାଟା ଷ୍ଟିଲ ମେଡିକା ହସ୍ପିଟାଲର ମହିଳା କର୍ମଚାରୀଙ୍କ ସମେତ ୩୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ । ବିଶିଷ୍ଟ କର୍କଟ ବିଶେଷଜ୍ଞ ଡାକ୍ତର ପରାଗ ରାୟ ସ୍ତନ କର୍କଟ ମୁକାବିଲାରେ ସଚେତନତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭିକ ଚିହ୍ନଟ ଚିକିତ୍ସା ଫଳାଫଳରେ ଯଥେଷ୍ଟ ଉନ୍ନତି ଆଣିଥାଏ ବୋଲି କହିଥିଲେ ଏବଂ ମହିଳାମାନଙ୍କୁ ନିୟମିତ ସ୍କ୍ରିନିଂ ଏବଂ ଆତ୍ମ-ପରୀକ୍ଷାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ ମେଡିକାଲ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ, ଡାକ୍ତର ସୁଧାଂଶୁ ଶେଖର ସୁତାର, ଟାଟା ଷ୍ଟିଲ ମେଡିକା ହସ୍ପିଟାଲର ଏଜିଏମ ଅପରେସନ ମାନବେନ୍ଦ୍ର ରାୟ ଏବଂ ଟାଟା ଷ୍ଟିଲ ମେଡିକା ହସ୍ପିଟାଲ ଓ ଟାଟା ଷ୍ଟିଲର ବରିଷ୍ଠ ଡାକ୍ତରମାନେ ଉପସ୍ଥିତ ଥିଲେ । ଟାଟା ମୁଖ୍ୟ ଚିକିତ୍ସାଳୟ ଓ ଟାଟା ଷ୍ଟିଲ ମେଡିକା ହସ୍ପିଟାଲ ଦ୍ୱାରା ମିଳିତ ଉଦ୍ୟମରେ ଅନୁଷ୍ଟିତ ଏହି କାର‌୍ୟ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ସ୍ତନ କର୍କଟ ବିଷୟରେ ଜ୍ଞାନ ପ୍ରଦାନ କରାଯାଇଥିଲା । କର୍କଟର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ ଏବଂ ଉପଲବ୍ଧ ଚିକିତ୍ସା ବ୍ୟବସ୍ଥା ବିଷୟରେ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking