23.1 C
Bhubaneswar
Saturday, February 14, 2026
Homeଅପରାଧଘରେ ପଶି ଦମ୍ପତିଙ୍କୁ ଛୁରାମାଡ଼

ଘରେ ପଶି ଦମ୍ପତିଙ୍କୁ ଛୁରାମାଡ଼

ବ୍ରହ୍ମପୁର : ଘରେ ପଶି ଦମ୍ପତିଙ୍କୁ ଛୁରାମାଡ଼ । ରାତିରେ ଘରେ ପଶି ଚୋରି କରୁଥିଲା ଦୁର୍ବୃତ୍ତ। ହେଲେ ଗୃହକର୍ତ୍ତାଙ୍କ ନିଦ ଭାଙ୍ଗି ଯିବାରୁ ତାଙ୍କୁ ଆକ୍ରମଣ କରି ଫେରାର ହୋଇଗଲା। ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗୌଡ଼ସାହିରେ ବୁଧବାର ପ୍ରାୟ ରାତି ୩ଟା ସମୟରେ କିଛି ଦୁର୍ବୁତ୍ତ ଜଣେ ବ୍ୟକ୍ତିଙ୍କ ଘରର ଛାତ ଉପରକୁ ଯାଇ ଘରର ଲୁହା ଗ୍ରିଲ୍‌୍ କାଟି ଭିତରକୁ ପ୍ରବେଶ କରିଥିଲେ। ଏହି ସମୟରେ ଗୃହକର୍ତ୍ତା ସତୀଶ କୁମାର ସୁବୁଦ୍ଧି ଓ ତାଙ୍କ ସ୍ତ୍ରୀଙ୍କ ନିଦ ଭାଙ୍ଗିଯାଇଥିଲା। ଘରେ କିଏ ବୋଲି ପାଟି କରିବାରୁ ଦୁର୍ବୁତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଏହା ଦେଖି ତାଙ୍କର ସ୍ତ୍ରୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୁତ୍ତ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ଘଟଣାକୁ ନେଇ ସତୀଶ ସୁବୁଦ୍ଧି ବଡ଼ ବଜାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking