31.1 C
Bhubaneswar
Sunday, March 30, 2025
Homeଓଡିଶାବିଦ୍ୟୁତ ସମସ୍ୟା ବିଧାନସଭାରେ ଉଠାଇଲେ ବ୍ରହ୍ମଗିରି ବିଧାୟିକା

ବିଦ୍ୟୁତ ସମସ୍ୟା ବିଧାନସଭାରେ ଉଠାଇଲେ ବ୍ରହ୍ମଗିରି ବିଧାୟିକା

ଭୁବନେଶ୍ୱର: ବିଗତ ୫ ବର୍ଷରେ ବିଦ୍ୟୁତ ଆବଣ୍ଟନକାରୀ କମ୍ପାନୀ(ଡିସକମ୍) ମାନଙ୍କ ଦ୍ୱାରା ରାଜ୍ୟରୁ ୪୫୭ କୋଟି ୪୯ ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଛି । ବେଆଇନ ଭାବରେ ବିଦ୍ୟୁତ ବ୍ୟବହାର କରୁଥିବା ବ୍ୟକ୍ତି ଏବଂ ସଂସ୍ଥାମାନଙ୍କ ଉପରେ ଚଢ଼ାଉ କରାଯାଇ ଏହି ଜୋରିମାନା ଅର୍ଥ ଆଦାୟ କରାଯାଇଛି । ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ତଥ୍ୟ ରଖିଛନ୍ତି ।

ଶ୍ରୀ ସିଂହଦେଓ କହିଛନ୍ତି, ଇଲେକଟ୍ରିସିଟି ଆକ୍ଟ,୨୦୦୩ ଓ ଓଇଆରସି ଡିଷ୍ଟ୍ରିବୁସନ୍ କୋଡ୍, ୨୦୧୯ ଅନୁଯାୟୀ ଉପଭୋକ୍ତାଙ୍କଠାରୁ ଅନିୟମିତତା ପାଇଁ ଜୋରିମାନା ଆଦାୟ କରାଯାଏ । ଜୋରିମାନା ଭାବରେ ଆଦାୟ ଅର୍ଥ ଡିସକମ୍ ର ବାର୍ଷିକ ଆୟବ୍ୟୟ ହିସାବକୁ ନିଆଯାଏ । ଏହା ଉପଭୋକ୍ତାଙ୍କ ଲାଭ ପାଇଁ ଆନୁଆଲ୍ ରେଭେନ୍ୟୁ ରିକ୍ୱାରମେଣ୍ଟ(ଏଆରଆର) ରେ ସ୍ଥାନିତ କରାଯାଏ । ବିଗତ ୫ ବର୍ଷରେ ଡିସକମ୍ ମାନଙ୍କ ଦ୍ୱାରା ହୋଇଥିବା ଚଢ଼ାଉରୁ ୪୫୭.୪୯ କୋଟି ଆଦାୟ ହୋଇଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୦.୭୭ କୋଟି , ବାଲେଶ୍ୱର ଜିଲ୍ଲାରୁ ୩୪.୪୯ କୋଟି, ଖୋର୍ଦ୍ଧା ଜିଲ୍ଲାରୁ ୩୩.୭୨ କୋଟି ଆଦାୟ ହୋଇଛି । ଚଢ଼ାଉ ସମୟରେ ଏନଫୋର୍ସମେଣ୍ଟ ଅଫିସରଙ୍କ ଦ୍ୱାରା ଉପଭୋକ୍ତାମାନଙ୍କୁ ଫିଜିକାଲ୍ ଭେରିଫିକେସନ୍ ରିପୋର୍ଟ ଜରିଆରେ ଜୋରିମାନା ନୋଟିସ୍ ଦିଆଯାଏ ବୋଲି ଶ୍ରୀ ସିଂହଦେଓ କହିଛନ୍ତି । ଅନ୍ୟପକ୍ଷରେ ରାଜ୍ୟର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଦ୍ୟୁତ ଆବଣ୍ଟନକାରୀ କମ୍ପାନୀମାନଙ୍କ ଦ୍ୱାରା ହେଉଥିବା ଅଘୋଷିତ ବିଦ୍ୟୁତ୍ କାଟ୍ ସମେତ ବିଦ୍ୟୁତ୍ ଉପଭୋକ୍ତାଙ୍କ ଅନ୍ୟାନ୍ୟ ସମ୍ପର୍କରେ ବିଧାନସଭାର ପ୍ରଶ୍ନୋତ୍ତର କାଳରେ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ ବିଧାୟିକା ଶ୍ରୀମତୀ ମହାପାତ୍ର । ଜନସାଧାରଣଙ୍କ ପାଇଁ ଉତ୍ତମ ବିଦ୍ୟୁତ୍ ସଂଯୋଗ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking