35.1 C
Bhubaneswar
Thursday, April 2, 2026
Homeଓଡିଶାହୋଟେଲରୁ ମିଳିଲା ପ୍ରେମିକର ମୃତଦେହ

ହୋଟେଲରୁ ମିଳିଲା ପ୍ରେମିକର ମୃତଦେହ

ଭୁବନେଶ୍ୱର: ହୋଟେଲରୁ ମିଳିଲା ପ୍ରେମିକର ମୃତଦେହ। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଖରୀପୁଟରେ ଥିବା ଏକ ହୋଟେଲରୁ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି ।ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ପୁରୁଣା ଭୁବନେଶ୍ୱରର ବୋଲି ଜଣାପଡିଛି। ସୂଚନା ଅନୁସାରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଖରୀପୁଟରେ ଥିବା ଏକ ହୋଟେଲରେ ୬ ମାସ ଧରି ଲିଭ ଇନ ରେ ରହୁଥିଲେ ପ୍ରେମିକ ଜଣଙ୍କ । ହେଲେ ବିଳମ୍ବିତ ରାତିରେ ଯୁବକ ଜଣଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଥିଲା । ଘଟଣାସ୍ଥଳରୁ ଯୁବତୀ ଜଣଙ୍କ ଫେରାର ହୋଇଯାଇଛନ୍ତି । ଏନେଇ ପୋଲିସ ସଂପୃକ୍ତ ଯୁବତୀଙ୍କୁ ଧରିବାକୁ ଚେଷ୍ଟା କରିଥିବା ବେଳେ ହୋଟେଲ ପରିସରରୁ କିଛି ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ଖବର ଶୁଣି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ବଡ କଥା ହେଉଛି ମୃତ ଯୁବକ ଜଣଙ୍କ ଘରେ କହିଥିଲେ ଯେ, ସେ ବେଙ୍ଗାଲୁରୁରେ ରହୁଛନ୍ତି କିନ୍ତୁ ତାଙ୍କ ପରିବାର ଲୋକେ ମୃତ୍ୟୁ ପରେ ଜାଣିବାକୁ ପାଇଲେ ଯେ ସେ ଭୁବନେଶ୍ୱରରେ ଜଣେ ଯୁବତୀଙ୍କ ସହ ଲିଭଇନରେ ରହୁଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking