17.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶହଷ୍ଟେଲ୍‌ରେ ପସି ଗର୍ଲଫ୍ରେଣ୍ଡକୁ ଛୁରି ଭୁଷି ହତ୍ୟା କଲା ବୟଫ୍ରେଣ୍ଡ୍

ହଷ୍ଟେଲ୍‌ରେ ପସି ଗର୍ଲଫ୍ରେଣ୍ଡକୁ ଛୁରି ଭୁଷି ହତ୍ୟା କଲା ବୟଫ୍ରେଣ୍ଡ୍

ବେଙ୍ଗାଲୁରୁ : ସାମାନ୍ୟ କିଛି ଘଟଣାକୁ ନେଇ ଗର୍ଲଫ୍ରେଣ୍ଡକୁ ବାରମ୍ବାର ଛୁରି ଭୁଷି ଅତି ନିର୍ମମ ଭାବେ ହତ୍ୟାକରିଛି ବୟଫ୍ରେଣ୍ଡ୍ । ଏପରି ଏକ ଚର୍ଚ୍ଚିତ ହତ୍ୟାକାଣ୍ଡ ବେଙ୍ଗାଲୁରୁରେ ଘଟିଛି । ୨୪ ବର୍ଷୀୟା ଜଣେ ଯୁବତୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ଯୁବକକୁ ମଧ୍ୟ ପ୍ରଦେଶରୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ବିହାରର କ୍ରିତି କୁମାରୀ ବେଙ୍ଗାଲୁରୁର କୋରମଙ୍ଗଲା ଅଞ୍ଚଳରେ ଏକ ପେଇଂ ଗେଷ୍ଟ ହିସାବରେ ରହୁଥିଲେ । ଗତ ମଙ୍ଗଲବାର ରାତିରେ ଅଭିଯୁକ୍ତ ବୟଫ୍ରେଣ୍ଡ୍ ରାତି ପ୍ରାୟ ୧୧ଟା ବେଳେ କ୍ରିତିଙ୍କ ହଷ୍ଟେଲ୍‌ରେ ପହଞ୍ଚି ଏକ ଛୁରିରେ ତାଙ୍କୁ ଆକ୍ରମଣ କରିଥିଲେ ।

ତାଙ୍କ ଗଳା କାଟିବାକୁ ଅଭିଯୁକ୍ତ ବାରମ୍‌଼ବାର ପ୍ରୟାସ କରିଥିବା କ୍ରିତିଙ୍କ ରୁମ୍‌ମେଟ୍ ପୋଲିସକୁ କହିଛନ୍ତି । କ୍ରିତି ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ବେଳେ ଅଭିଯୁକ୍ତ ତାଙ୍କୁ ଛାଡ଼ି ନିଥିଲା । ଏମିତିକି କ୍ରିତି ତଳେ ପଡ଼ିଯିବା ପରେ ବି ସେ ତାଙ୍କୁ ଛୁରି ଭୁଷି ଚାଲିଥିଲା । ପୋଲିସ ଏନେଇ କହିଛି ଯେ, ଅଭିଯୁକ୍ତ ଏବଂ କ୍ରିତିଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା । ହେଲେ ବେରୋଜଗାରୀକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା । ଏଥିପାଇଁ କ୍ରିତି ଅଭିଯୁକ୍ତ ଯୁବକ ପାଖରୁ ଦୂରେଇ ରହୁଥିଲେ । ହଷ୍ଟେଲ୍ ମଧ୍ୟ ବଦଳାଇଥିଲେ । ତେବେ ପୋଲିସ୍ ନେଇ ଅଧିକ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking