28.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶପ୍ରେମିକାକୁ ହତ୍ୟା ପରେ ୨ଦିନ ମୃତଦେହ ପାଖରେ ବସି ରହିଥିଲା ପ୍ରେମିକ

ପ୍ରେମିକାକୁ ହତ୍ୟା ପରେ ୨ଦିନ ମୃତଦେହ ପାଖରେ ବସି ରହିଥିଲା ପ୍ରେମିକ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଇନ୍ଦିରାନଗରସ୍ଥିତ ଥ୍ରି ଷ୍ଟାର ସର୍ଭିସ ଆପାର୍ଟମେଟ ହୋଟେଲରେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ହତ୍ୟା କରିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତକଙ୍କ ନାମ ମାୟା ଗୋଗଇ ହୋଇଥିବା ବେଳେ ଅଭିଯୁକ୍ତର ନାମ ଆରବ ହାନୋଏ ବୋଲି ଜଣାଯାଇଛି। କେବଳ ଏତିକି ନୁହେଁ ପ୍ରେମିକାଙ୍କୁ ହତ୍ୟା କରିବା ପରେ ମୃତଦେହ ପାଖରେ ୨ଦିନଧରି ବସି ରହିଥିଲେ ପ୍ରେମିକ। ଏହାପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଏଦିଗରେ ତଦନ୍ତ ଆରମ୍ଭ କରି ଦେଇଛି। ଫେରାର ଥିବା ଅଭିଯୁକ୍ତ ପ୍ରେମିକଙ୍କୁ ଧରିବା ପାଇଁ ପୁଲିସ ଚେଷ୍ଟା ଜାରି ରଖିଛି। ତେବେ ପ୍ରେମିକାକୁ ହତ୍ୟା ପରେ ଯଦି ଅଭିଯୁକ୍ତ ଫେରାର ହୋଇଯାଇଛି ତେବେ ଦୁଇଦିନ ସେ କେଉଁ କାରଣ ପାଇଁ ମୃତଦେହ ନିକଟରେ ବସି ରହିଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରାଥିମକ ଯାଞ୍ଚରୁ ଜଣାପଡ଼ିଛି ପ୍ରେମିକ ଜଣକ ମଦ ନିଶାରେ ଥିଲେ। ପ୍ରେମିକାଙ୍କୁ ହତ୍ୟା ପରେ ତାଙ୍କ ହୋସ ଆସିଥିଲା। ସେ କ’ଣ କରିବେ କ’ଣ ନାହିଁ କିଛି ବୁଝି ନପାରି ପ୍ରେମିକାଙ୍କ ମୃତଦେହ ନିକଟ?ରେ ୨ଦିନ ଧରି ବସି ରହିଥିଲେ। ଏହାପରେ କିଛି ଉପାୟ ନପାଇ ସେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। କେବଳ ଏତିକି ନୁହେଁ ପ୍ରେମିକାଙ୍କୁ ହତ୍ୟା ପାଇଁ ଯୁବକ ଜଣକ ଯେଉଁ ଦଉଡ଼ିର ବ୍ୟବହାର କରିଥିଲେ ତାହାକୁ ସେ ଅନଲାଇନ ଜରିଆରେ ଅର୍ଡର କରିଥିବା ଜଣାପଡ଼ିଛି। ମାୟା ଆସାମରୁ ଆସି ବେଙ୍ଗାଲୁରୁର ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ। ଏହା ସହ ସେ ବ୍ଲଗିଂ କରୁଥିଲେ ବୋଲି ଜଣାଯାଇଛି। ତେବେ ହତ୍ୟା ପରେ ଆରବ ଫେରାର ଥିବାରୁ ଖୋଜିବା ଆରମ୍ଭ କରିଛି ପୁଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking