29.1 C
Bhubaneswar
Sunday, March 15, 2026
Homeଅପରାଧପ୍ରେମିକାକୁ ହତ୍ୟା କରି ପ୍ରେମିକର ଆତ୍ମହତ୍ୟା

ପ୍ରେମିକାକୁ ହତ୍ୟା କରି ପ୍ରେମିକର ଆତ୍ମହତ୍ୟା

ବାଲେଶ୍ୱର: ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଅଭାବାନୀୟ ଘଟଣା। ପ୍ରେମିକାକୁ ହତ୍ୟା କରିବା ପରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମିକ । ଯାହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। କେମିିତି ଓ କେଉଁ ପରିସ୍ଥିତି ପ୍ରେମିକାକୁ ହତ୍ୟା କଲେ। ତାରେ କ’ଣ ପାଇଁ ଚରମ ନିଷ୍ପତ୍ତି ନେଲେ ତାହା ଏବେ ରହସ୍ୟ । ହତ୍ୟା ଓ ଆତ୍ମହତ୍ୟା ଭିତ ଲୁଚି ରହିଥିବା କଥାକୁ ପଦାକୁ ଆଣିବାକୁ ତଦନ୍ତ ଆରମ୍ଭ କରି ପୁଲିସ ଓ ଜିଆର୍‌ପି। ଦୁର୍ଘଟଣାସ୍ଥଳରୁ ଜବତ ତଥ୍ୟକୁ ଖିଅ ଖୋଜିବା ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଏଫ୍ଏମ୍ ନଗରରେ ମମତା ଦେବନାଥଙ୍କୁ ତାଙ୍କ ଘରେ ହତ୍ୟା କରିଥିଲେ ବୟଫ୍ରେଣ୍ଡ୍ ଭାଗିରଥୀ ମଣ୍ଡଳ। ସେଠାରୁ ପଳେଇ ଯାଇ ଟ୍ରେନ୍ ଲାଇନ୍‌ରେ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ମରଶରୀର ପୁଲିସ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ମମତା ଦେବନାଥଙ୍କ ହତ୍ୟାକାରୀକୁ ଧରିବା ପାଇଁ ପୁଲିସ ସିସିଟିଭି ଯାଞ୍ଚ କରିଥିଲା। ସେଠାରୁ ତାଙ୍କ ପ୍ରେମିକ ଭାଗିରଥୀଙ୍କୁ ଠାବ କରିବା ପରେ ତାଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରିଥିଲା । ତେବେ ଆଜି ଜିଆରପିଙ୍କ ପାଖରୁ ଖବର ପାଇବା ପରେ ପୁଲିସ ମୃତ ବ୍ୟକ୍ତିଙ୍କ ପରିଚୟ ପାଇବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking