21.1 C
Bhubaneswar
Sunday, January 18, 2026
Homeଅପରାଧପ୍ରେମିକାକୁ ହତ୍ୟା କରି ୫୦ ଖଣ୍ଡ କଲା ପ୍ରେମିକ

ପ୍ରେମିକାକୁ ହତ୍ୟା କରି ୫୦ ଖଣ୍ଡ କଲା ପ୍ରେମିକ

ରାଞ୍ଚି :ଝାଡ଼ଖଣ୍ଡ ଖୁଣ୍ଟି ଜିଲାର ଉପାନ୍ତ ଅଞ୍ଚଳରୁ ବୁଧବାର ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍‌ନାକୁ ଆସିଛି। କଂସେଇ ଭାବେ କାର୍ଯ୍ୟ କରୁଥିବା ନରେଶ ଭେଙ୍ଗରା ନାମକ ଜଣେ ୨୫ ବର୍ଷୀୟ ଯୁବକ ନିଜ ବାନ୍ଧବୀଙ୍କୁ ହତ୍ୟା କରିବା ସହ ତାଙ୍କ ଶରୀରକୁ ୫୦ ଖଣ୍ଡ କରି କାଟିଦେଇଛନ୍ତି। ସ୍ଥାନୀୟ ଜରିଆଗଡ଼ ଥାନା ଜୋର୍ଡାଗ ଗ୍ରାମରେ ନରେଶ ପୂର୍ବରୁ ଜଣେ ୨୪ ବର୍ଷୀୟା ଯୁବତୀଙ୍କ ଦେଢ଼ ବର୍ଷ ପାଇଁ ଲିଭ୍‌-ଇନ୍ ସମ୍ପର୍କରେ ରହିଥିଲେ। ପରେ କାମ ଖୋଜିବା ପାଇଁ ପୀଡ଼ିତା ଯୁବତୀ ତାମିଲନାଡ଼ୁ ପଳାଇଥିଲେ।

ଏହାରି ମଧ୍ୟରେ ନରେଶ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି। ଗତ ୨୪ରେ ପୀଡ଼ିତା ଯୁବତୀ ଝାଡ଼ଖଣ୍ଡ ଆସିଥିଲେ ଓ ନରେଶଙ୍କ ଦ୍ୱିତୀୟ ବିବାହକୁ ବିରୋଧ କରିଥିଲେ। ପୀଡ଼ିତାଙ୍କ ସହ ନରେଶଙ୍କ ପ୍ରବଳ ଝଗଡ଼ା ହୋଇଥିଲା। ସେ ଉତ୍ତେଜିତ ହୋଇ ପୀଡ଼ିତାଙ୍କ ଗଳା ଚିପି ହତ୍ୟା କରିଥିଲେ ଏବଂ ପରେ କୁରାଢ଼ିରେ ତାଙ୍କ ଶରୀରକୁ କାଟି ୫୦ ଖଣ୍ଡକରି ଦେଇଥିଲେ। ପରେ ନରେଶ ଯୁବତୀଙ୍କ ଶରୀରର ଖଣ୍ଡଗୁଡ଼ିକୁ ମାଟିରେ ପୋତି ଦେଇଥିଲେ। ପୋଲିସ ବୁଧବାର ଅଭିଯୁକ୍ତ ନରେଶଙ୍କୁ ଗିରଫ କରିବା ସହ ଘଟଣାର ପର୍ଦ୍ଦାଫାଶ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking