23.1 C
Bhubaneswar
Monday, December 22, 2025
Homeଦେଶ ବିଦେଶପ୍ରେମିକାକୁ ମାରି ପୋତିଦେଲା ପ୍ରେମିକ

ପ୍ରେମିକାକୁ ମାରି ପୋତିଦେଲା ପ୍ରେମିକ

ଜୟପୁର: ଜଣେ ପ୍ରେମିକ ତା’ ପ୍ରେମିକା ସହ ୫ ମାସ ଲିଭ୍ ଇନ୍ ରିଲେସନସିପରେ ରହିବା ପରେ ତାକୁ ମାରି ପୋତି ଦେବା ପରି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏପରି ଘଟଣା ଘଟିଛି ରାଜସ୍ଥାନର ବାଂଶୱାଡ଼ା ଜିଲ୍ଲାର ଘଟୋଲ ଥାନା ଅଞ୍ଚଳର ଗର୍ନାଭାଟ ଗାଁରେ l ଏହି ଗାଁର ୧୯ ବର୍ଷୀୟା ଯୁବତୀ ବିପାଶା ସହିତ ପ୍ରେମିକ ଜଣକ ପାଞ୍ଚ ମାସ ଧରି ଲିଭ-ଇନ୍ ରିଲେସନସିପରେ ଥିଲେ, ୨୨ ବର୍ଷୀୟ ପ୍ରେମିକ ପ୍ରଦୀପ ହତ୍ୟା ବିପଶକୁ ହତ୍ୟା କରି ତା ମୃତଦେହକୁ ଏକ କ୍ଷେତରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ଏବଂ ଜେସିବି ସାହାଯ୍ୟରେ କ୍ଷେତ ଖୋଳି ବିପାଶାର ମୃତଦେହ ଉଦ୍ଧାର କରିଛି। ଅଭିଯୁକ୍ତ ପୋଲିସକୁ କହିଛି ଯେ ବିପାଶା ଫାଶୀ ଦେଇ ଆତ୍ମହତ୍ୟା କରିଛି।

ଘଟୋଲ ଏସଏଚଓ ପ୍ରବୀଣ ସିଂହ କହିଛନ୍ତି ଯେ, ଗାଁର ବାସିନ୍ଦା ଲାଲ ଶଙ୍କର ନିନାମା ପୋଲିସ ଷ୍ଟେସନକୁ ଆସି ତାଙ୍କ ଝିଅ ବିପାଶା ପାଞ୍ଚ ମାସ ଧରି ନିଖୋଜ ଥିବା ଜଣାଇଥିଲେ। ତଦନ୍ତ ସମୟରେ ଜଣାପଡିଥିଲା ​​ଯେ ବିପାଶା ଗର୍ନାଭାଟ ଗାଁର ପ୍ରଦୀପ ମୀନାଙ୍କ ସହ ଲିଭ-ଇନ୍ ରିଲେସନସିପରେ ରହୁଥିଲେ। ଲାଲଶଙ୍କର ପୋଲିସକୁ କହିଥିଲେ ଯେ, ଗର୍ନାଭଟର କିଛି ପରିଚିତ ଲୋକ ତାଙ୍କୁ କହିଥିଲେ ଯେ ବିପାଶାର ଦୁଇ-ତିନି ଦିନ ହେଲା ଦେଖାଯାଇନାହିଁ। ସେ ପ୍ରଦୀପ ତାଙ୍କ ଝିଅକୁ ହତ୍ୟା କରିଥିବା ସନ୍ଦେହ କରୁଥିଲେ।

ସିଂହ କହିଛନ୍ତି, ରିପୋର୍ଟ ପଂଜୀକରଣ କରିବା ପରେ, ପୋଲିସ ଦଳ ଗର୍ନାଭାଟରେ ପହଞ୍ଚି ପ୍ରଦୀପ ଘରେ ଚଢାଉ କରି ତାକୁ ହେପାଜତକୁ ନେଇଥିଲା। ଘର ଖୋଜାଖୋଜି କରିବା ସତ୍ତ୍ୱେ ବିପାଶାକୁ ପାଇଲେ ନାହିଁ। ପଚରାଉଚରା ସମୟରେ, ପ୍ରଦୀପ ଅସ୍ପଷ୍ଟ ଉତ୍ତର ଦେବା ଆରମ୍ଭ କଲା କଡ଼ା ପଚରାଉଚରା ପରେ, ପ୍ରଦୀପ ସ୍ୱୀକାର କରିଥିଲା ଯେ ତାଙ୍କର ବିପାଶା ସହ ମେ’ ୨୦ ତାରିଖ ମଙ୍ଗଳବାର ଦିନ ଝଗଡା ହୋଇଥିଲା। ଝଗଡା ପରେ, ବିପାଶା ବିଳମ୍ବିତ ରାତିରେ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking