ବାଙ୍ଗାଲୁରୁ : ପ୍ରେମରେ ଫସାଇ ବ୍ଲାକମେଲ କରି ପ୍ରେମିକାକୁ ପୁଳା ପୁଳା ଟଙ୍କା ମାଗୁଥିଲା ପ୍ରେମିକ । ଏଭଳି ଏକ ଘଟଣା ଘଟିଛି ବେଙ୍ଗଲୁରୁରେ । ପ୍ରେମିକ ଜଣଙ୍କ ଏକ ଧନୀ ଯୁବତୀଙ୍କୁ ବିବାହ କରିବ କହି ନିଜ ପ୍ରେମରେ ଫସାଇ ଥିଲା । ଏହାପରେ ଯୁବତୀଙ୍କ ଏକ ଉଲଗ୍ନ ଭିଡିଓ କରିଲା । ଏହାପରେ ଯୁବତୀଙ୍କୁ ବ୍ଲାକ ମେଲ କରି ଅଢେଇ କୋଟି ଟଙ୍କା ନେଇ ମହଙ୍ଗା ସୁନା ଅଳଙ୍କାର, ଗାଡି ଏହା ସହ ଏକ ବିଳାଶପୂର୍ଣ୍ଣ ଗାଡି କିଣିଥିଲା । ଏହା ପରେ ମଧ୍ୟ ଯୁବକଙ୍କ ଲୋଭ ସରିନଥିଲା । କିଛି ମାସ ପର୍ଯନ୍ତ ବ୍ଲାକମେଲ କରି ଆସୁଥିଲା । ଏହାପରେ ଯୁବତୀ ଜଣକ ସାହାସ ଜୁଟାଇ ପୋଲିସ ନିକଟରେ ଏକ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ଏହାସହ ଘଟଣାର ତଦନ୍ତ କରୁଛି । ପୋଲିସ ଅଧିକାରୀ କହିଛନ୍ତି କି ଯୁବତୀଙ୍କ ବୟସ ୨୦ ବର୍ଷ । ସେ ନିଜ ପ୍ରେମିକ ମୋହନ କୁମାର ସହ ବୋଡିଙ୍ଗ ସ୍କୁଲରେ ପଢିବା ସମୟ ଠାରୁ ଜାଣିଥିଲେ ।
ସେମାନେ ପରସ୍ପରର ଭଲ ବନ୍ଧୁ ଥିଲେ । ସ୍କୁଲରୁ ବାହାରିବା ପରେ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା । ବହୁତ ବର୍ଷ ପରେ ସେମାନେ ପରସ୍ପର ଦେଖା ହୋଇଥିଲେ । ଏହାପରେ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମୋହନ ଯୁବତୀଙ୍କୁ ବିବାହ କରିବ ବୋଲି ପ୍ରତିଶୃତି ଦେଇଥିଲା । ଦୁହେଁ ଏକ ଜାଗାକୁ ବୁଲିବା ପାଇଁ ଯାଇଥିଲେ । ଏହି ସମୟର ସୁଯୋଗ ନେଇ ମୋହନ ଯୁବତୀଙ୍କ ଆପତ୍ତିଜନକ ଭିଡିଓ କରିଥିଲା। ସେ ଯୁବତୀଙ୍କୁ ଭରଷା ଦେଇଥିଲା ଯେ ଏହି ଭିଡିଓ କେବଳ ତା ପାଖରେ ରହିବ ବୋଲି । କିଛି ଭିଡିଓ ମୋହନ ଏପରି କରିଥିଲା ଯେପରି ନିଜ ମୁହଁ ନ ଦେଖାଯିବ । କିଛିଦିନ ପରେ ଏହି ଭିଡିଓ ଗୁଡିକୁ ନେଇ ବ୍ଲାକମେଲ କରିବା ଆରମ୍ଭ କରିଦେଲା ।
ଟଙ୍କା ନ ଦେଲେ ଏହି ସବୁ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବ ବୋଲି ଧମକ ଦେଇଥିଲା । କଥାରେ ଭୟଭୀତ ହୋଇ ଯୁବତୀ ନିଜ ଜେଜେମାଙ୍କ ଆକାଉଣ୍ଟରୁ ୧.୨୫ କୋଟି ଟଙ୍କା ନେଇ ମୋହନକୁ ଦେଇଥିଲା । ଏହାପରେ ମଧ୍ୟ ଧମକ ଅନୁସାରେ ଯୁବତୀ ଲୁଚି ଲୁଚି ବହୁତ ଟଙ୍କା ଆଣି ମୋହନକୁ ଦେଉଥିଲା । ୧.୩୨ କୋଟି ନଗଦ ଟଙ୍କା ମୋହନକୁ ଦେଇଥିଲା ଯୁବତୀ । କିନ୍ତୁ ମୋହନର ମାଗିବା ବନ୍ଦ ହୋଇନଥିଲା । ମୋହନ ଯୁବତୀଙ୍କୁ ବିଳାସପୁର୍ଣ୍ଣ ଗାଡି, ଦାମୀ ଅଳଙ୍କାର, ଏବଂ ମହଙ୍ଗା ଗାଡି କିଣି ଆମି ଦେବାପାଇଁ ଯୁବତୀଙ୍କୁ କହିଲା । ସେ ବହୁତ ଥର ନିଜ ବାପାଙ୍କ ବାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବା ପାଇଁ ବହୁତ ଥର କହିଥିଲା । ଯେତେବେଳେ ଅଭିଯୁକ୍ତ ବାରମ୍ବାର ଯୁବତୀଙ୍କୁ ଟଙ୍କା ମାଗିବା ପାଇଁ ବାଧ୍ୟ କରୁଥିଲା । ସେହି ସମୟରେ ଯୁବତୀ ସାହାସର ସହିତ ପୋଲିସ ଷ୍ଟେସନ ଯାଇ ଏକ ଏତଲା ଦେଇଥିଲେ । ବାଙ୍ଗାଲୁରୁ ପୋଲିସ ଅଫିସର ଦୟାନନ୍ଦ କହିଥିଲେ ଏହା ଏକ ଯୋଜନା ଭିତ୍ତିକ ଅପରାଧ ଅଟେ । ଅଭିଯୁକ୍ତ ଯୁବତୀଙ୍କ ଠାରୁ ୨,୫୭ କୋଟି ଟଙ୍କା ନେଇଥିଲା । ସେଥିମଧ୍ୟରୁ ୮୦ ଲକ୍ଷ ଟଙ୍କା ଜବତ କରାଯାଇଛି ।