27.1 C
Bhubaneswar
Sunday, June 30, 2024
Homeଓଡିଶାତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ; କ୍ଲିନିକ ସିଲ

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ; କ୍ଲିନିକ ସିଲ

ଅନୁଗୁଳ : ଅନୁଗୁଳ ମୁଖ୍ୟ ଚକ୍ଷୁ ଚିକିତ୍ସାଳୟରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପରେ ୧୩ ରୋଗୀଙ୍କ ଆଖିରେ ସଂକ୍ରମଣ ହୋଇଥିବା ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ସମସ୍ତ ରୋଗୀଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇ ଅଧିକ ଚିକିତ୍ସା ଜାରି ରହିଛି। ଏ ଘଟଣାକୁ ନେଇ ସମ୍ପୃକ୍ତ ଚକ୍ଷୁ ଚିକିତ୍ସାଳୟକୁ ପୁଲିସ୍ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ସିଲ୍ କରିଛି । ତଦନ୍ତ ଚାଲିଛି ତଦନ୍ତ ପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅନୁଗୁଳ ସିଡିଏମଓ ଶିବାନନ୍ଦ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି। ଅପରେସନ୍ ପରେ ଡାକ୍ତର ରୋଗୀଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିଲେ । ଅପରେସନର ୨୪ ଘଣ୍ଟା ପର୍ଯ୍ୟନ୍ତ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିଲା। ହେଲେ ପରେ ସେମାନଙ୍କ ଆଖିରେ ଯନ୍ତ୍ରଣା ହୋଇଥିଲା । ଅସହ୍ୟ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥିଲା। ଜୁନ୍ ୨୩ ତାରିଖରେ ୧୩ ଜଣଙ୍କୁ ବୁର୍ଲାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ୭ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି । ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଅଭିଯୋଗ ହୋଇଛି। ଏହା ଦ୍ବାରା ସମ୍ପୃକ୍ତ ବ୍ୟକ୍ତିମାନଙ୍କର ଦୃ୍ଷ୍ଟିଶକ୍ତି ହରାଇବା ଆଶଙ୍କା ରହିଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking