25.1 C
Bhubaneswar
Friday, March 20, 2026
Homeଓଡିଶାସୀମାନ୍ତରେ ଏନକାଉଣ୍ଟର, ୩ ମହିଳା ନକ୍ସଲ ମୃତ

ସୀମାନ୍ତରେ ଏନକାଉଣ୍ଟର, ୩ ମହିଳା ନକ୍ସଲ ମୃତ

ମାଲକାନଗିରି: ସୀମାନ୍ତ ଛତିଶଗଡର କାଂକେର ଏବଂ ନାରାୟଣପୁର ଜିଲ୍ଲା ସୀମାର ଆବୁଝମାଡ ଜଂଗଲରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୩ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡିଛି। ଆବୁଝମାଡ ଜଂଗଲ ହେଉଛି ନକ୍ସଲଙ୍କର ଗଡ। ତେବେ ଏହି ଗଡକୁ ଧ୍ବଂସ କରିବା ପାଇଁ ସୁରକ୍ଷାକର୍ମୀ ଏବେ ରାତି ଦିନ ଏକ କରି ଜଂଗଲରେ କୁମ୍ବିଂ କରୁଛନ୍ତି। ଗତ କିଛି ଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାୟପୁର ଗସ୍ତର କରି ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ଛତିଶଗଡରୁ ନକ୍ସଲ ସଂପୂର୍ଣ୍ଣ ନିପାତ କରାଯିବା ନେଇ ଘୋଷଣା କରିଛନ୍ତି।

ତେବେ ଏହାକୁ ଆଖିଆଗରେ ରଖି ସୁରକ୍ଷାକର୍ମୀ ଜଂଗଲରେ କୁମ୍ବିଂକୁ ଜୋରଦାର କରୁଛନ୍ତି।ଗତ ୮ ମାସ ମଧ୍ୟରେ ଏହି ଅଂଚଳରେ ୩୨ଟି ନୂଆ କ୍ୟାମ୍ପ ଖୋଲିଛି। ଆଗାମୀ ଦିନରେ ପୁଣି ୨୯ଟି କ୍ୟାମ୍ପ ଖୋଲାଯାଇ ଆବୁଝମାଡର ପୁରା ଜଂଗଲକୁ ଘେରାଯିବ ବୋଲି କୁହାଯାଇଛି। ନକ୍ସଲ ଆତ୍ମସମର୍ପଣ ନକଲେ ସମସ୍ତେ ମୃତ୍ୟୁବରଣ କରିବେ ବୋଲି ପୁଲିସ କହିଛି। ଘଟଣାସ୍ଥଳରେ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଓ ବିସ୍ଫୋରକ ପୁଲିସ ଜବତ କରିଛି।ଯବାନ ଏବେ ବି ଜଂଗଲରେ ରହିଥିବାରୁ ସଠିକ ରିପୋର୍ଟ ପହଞ୍ଚି ପାରୁ ନାହିଁ। ଯବାନ ପହଞ୍ଚିବା ପରେ ପୁଲିସ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ବିବରଣୀ ପ୍ରଦାନ କରିବ ବୋଲି କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking