19.1 C
Bhubaneswar
Wednesday, February 11, 2026
Homeଖେଳସାଂଘାଇ ମାଷ୍ଟର୍ସ ଦ୍ୱିତୀୟ ରାଉଣ୍ଡ୍‌ରେ ବୋପନ୍ନା-ଡୋଡିଗ୍‌

ସାଂଘାଇ ମାଷ୍ଟର୍ସ ଦ୍ୱିତୀୟ ରାଉଣ୍ଡ୍‌ରେ ବୋପନ୍ନା-ଡୋଡିଗ୍‌

ନୂଆଦିଲ୍ଲୀ : ଭାରତର ରୋହନ ବୋପନ୍ନା ଏବଂ ତାଙ୍କ କ୍ରୋଏସିଆ ଯୋଡ଼ିଦାର ଇଭାନ୍ ଡୋଡିଗ୍ ପ୍ରଥମ ବିଜୟ ହାସଲ କରିବା ସହିତ ଏଟିପି ସାଂଘାଇ ମାଷ୍ଟର୍ସର ପୁରୁଷ ଡବଲ୍ସ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି। ଇଣ୍ଡୋ-କ୍ରୋଏସିଆନ୍ ଯୋଡ଼ି ଶୁକ୍ରବାର ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ପାବ୍ଲୋ କାରେନୋ ବୁଷ୍ଟା ଏବଂ ପେଡ୍ରୋ ମାର୍ଟିନେଜ୍‌ଙ୍କ ଯୋଡ଼ିକୁ ୬-୪, ୬-୩ ସିଧା ସେଟ୍‌ରେ ହରାଇ ଦେଇଛି। ବୋପନ୍ନା-ଡୋଡିଗ୍ ମ୍ୟାଚ୍‌ରେ ପାଞ୍ଚ ଆଶେସ୍ ହାସଲ କରିଥିବା ବେଳେ ଆଠରୁ ତିନିଟି ବ୍ରେକ୍ ପଏଣ୍ଟକୁ କନ୍‌ଭର୍ଟ କରିବାରେ ସଫଳ ହୋଇଥିଲେ। ସେହିଭଳି ନିଜ ସର୍ଭିସ୍ ଗେମ୍ସରେ ସେମାନେ ୪ଟି ବ୍ରେକ୍ ସୁଯୋଗ ବଞ୍ଚାଇଥିଲେ। ସୁମିତ୍ ନାଗଲ ଓ ରାମକୁମାର ରାମନାଥନ୍ ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେବା ସହିତ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତର ସିଙ୍ଗଲ୍ସ ଅଭିଯାନ ପୂର୍ବରୁ ଶେଷ ହୋଇଛି। ରାମକୁମାର କ୍ୱାଲିଫାଇଙ୍ଗ୍ ରାଉଣ୍ଡ୍ ଜରିଆରେ ମୁଖ୍ୟ ଡ୍ର’ରେ ସ୍ଥାନ ହାସଲ କରିଥିବା ବେଳେ ନାଗଲ୍ ସିଧା ପ୍ରବେଶ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking