19.1 C
Bhubaneswar
Saturday, February 7, 2026
Homeଓଡିଶାବୁଥ୍ ସ୍ତରୀୟ ବୈଠକ ସ୍ଥଗିତ: ଦିଲ୍ଲୀ ଫେରିଗଲେ ସିଇସି

ବୁଥ୍ ସ୍ତରୀୟ ବୈଠକ ସ୍ଥଗିତ: ଦିଲ୍ଲୀ ଫେରିଗଲେ ସିଇସି

ଭୁବନେଶ୍ୱର: ଦିଲ୍ଲୀ ଫେରିଗଲେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର। ତିନି ଦିନିଆ ଓଡିଶା ଗସ୍ତରେ ଆସିଥିଲେ ସିଇସି। ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ଦ୍ୱିତୀୟ ଦିନରେ ଦିଲ୍ଲୀ ଫେରିଯାଇଛନ୍ତି। ଫଳରେ ଆଜି ହେବାକୁ ଥିବା ବୁଥ୍ ସ୍ତରୀୟ ଅଧିକାରୀଙ୍କ ସହ ବୈଠକ ସମେତ ଅନ୍ୟ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଏହି ଗସ୍ତ ସମୟରେ ସିଇସି ଶ୍ରୀମନ୍ଦିର, ସୂର୍ଯ୍ୟ ମନ୍ଦିର, ଐତିହ୍ୟ ଗ୍ରାମ ରଘୁରାଜପୁର, ଧଉଳି, ଉଦୟଗିରି ଏବଂ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ। ଦୁର୍ଭାଗ୍ୟବଶତଃ, ରବିବାର ସନ୍ଧ୍ୟାରେ ତାଙ୍କ ପିତାଙ୍କ ଅସୁସ୍ଥତା ଯୋଗୁଁ ସିଇସି କୁମାରଙ୍କୁ ତୃତୀୟ ଦିନର ସମସ୍ତ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସ୍ଥଗିତ ରଖି ଦିଲ୍ଲୀ ଫୋରିବାକୁ ପଡିଥିଲା। ଜରୁରୀକାଳୀନ ଭିତ୍ତିରେ ପ୍ରତ୍ୟାବର୍ତ୍ତନ କରୁଥିବା ହେତୁ ଦୁଃଖପ୍ରକାଶ କରି ଜ୍ଞାନେଶ କୁମାର କହିଥିଲେ ଯେ ଓଡ଼ିଶାର କଳା, ସ୍ଥାପତ୍ୟ, ଆତିଥ୍ୟ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ତାଙ୍କୁ ବହୁତ ପ୍ରଭାବିତ କରିଛି ଏବଂ ସେ ନିଶ୍ଚିତ ଭାବରେ ପୁଣି ଥରେ ଓଡ଼ିଶା ଗସ୍ତ କରିବେ ବୋଲି ଆଶ୍ୱାସନା ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking