18.1 C
Bhubaneswar
Monday, February 9, 2026
Homeଓଡିଶାସରକାରଙ୍କ ଫୋକସରେ ବଣ୍ଡା ଜନଜାତି 

ସରକାରଙ୍କ ଫୋକସରେ ବଣ୍ଡା ଜନଜାତି 

ମାଲକାନଗିରି: ରାଜ୍ୟ ସରକାରଙ୍କ ଫୋକସରେ ବଣ୍ଡା ଘାଟି। କୌଣସି ବଣ୍ଡା ମହିଳା ସୁଭଦ୍ରା ଯୋଜନା ରୁ ବଞ୍ଚିତ ହେବେନି।ଖୁବଶୀଘ୍ର ପାଇବେ ସୁଭଦ୍ରା ଟଙ୍କା।ବଣ୍ଡା ଘାଟି ଗସ୍ତ ବେଳେ ଉପ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିଶ୍ରୁତି।ଆଜି ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ଗସ୍ତ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ପାଗ ଖରାପ ଯୋଗୁଁ ହେଲିକପ୍ଟର ଆସି ନପାରିବାରୁ ସଡକପଥ ଯୋଗେ ବଣ୍ଡା ଘାଟିରେ ପହଞ୍ଚିଛନ୍ତି ଉପ ମୁଖ୍ୟମନ୍ତ୍ରୀ। ମଧ୍ୟାହ୍ନ 12.30 ସମୟ ରେ ବଣ୍ଡା ଘାଟି ରେ ପହଁଞ୍ଚି ବଣ୍ଡା ଘାଟି ପରିଦର୍ଶନ କରିଛନ୍ତି। ବଣ୍ଡା ଲୋକଙ୍କ ସହ ବିଭିନ୍ନ ସମସ୍ୟା ନେଇ ସିଧାସଳଖ ଆଲୋଚନା କରିଛନ୍ତି। ବଣ୍ଡା ଘାଟି ରେ ପାନୀୟ ଜଳ, ମୋବାଇଲ ଟାୱାର ଏବଂ ଗମନାଗମନ ପାଇଁ ବସ ଆବଶ୍ୟକ ବୋଲି ଦାବି ଜଣାଇଛନ୍ତି ବଣ୍ଡା ଜନଜାତି।ଏହି ଅଭିଯୋଗ କୁ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ।ଏହା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୁଭଦ୍ରା ଯୋଜନା ର ଚତୁର୍ଥ ପର୍ଯ୍ୟାୟ ସୁଦ୍ଧା ବଣ୍ଡା ଘାଟି ରେ ସମସ୍ତ ବଣ୍ଡା ମହିଳା ସୁଭଦ୍ରା ଯୋଜନା ସାମିଲ ହେବେ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଜିଲ୍ଲାରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ଦେବା ସହ ମିଶନସକ୍ତି ଯୋଜନା ମାଧ୍ୟମରେ ବଣ୍ଡା ମହିଳା କିଭଳି ରୋଜଗାର କ୍ଷମ ହେବେ ସେଥିପାଇଁ ଗୁରୁତ୍ୱ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ। ଏହା ବଣ୍ଡା ଘାଟି ର ପର୍ଯ୍ୟଟନ ସ୍ଥଳୀ ପୌରାଣିକ କିମ୍ବଦନ୍ତୀ ସୀତାକୁଣ୍ଡ କୁ ବୁଲି ଦେଖିଲେ ପ୍ରଭାତୀ ପରିଡ଼ା।ଅପରାହ୍ନ ରେ ମାଲକାନଗିରି ଫେରି ଏହି ସମସ୍ତ ଯୋଜନା ନେଇ ଜିଲ୍ଲାସ୍ତରୀୟ ଅଧିକାରୀ ଙ୍କ ସହ ସମୀକ୍ଷା ବୈଠକ କରି ସର୍କିଟ ହାଉସ ରେ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛିl

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking