ନୂଆଦିଲ୍ଲୀ: ସୋମବାର ଦିନ ଗୁଜୁରାଟର ରାଜଧାନୀ ଅହମ୍ମଦାବାଦର ଅନେକ ସ୍କୁଲକୁ ବୋମା ଧମକ ଇମେଲ ମିଳିଥିଲା । ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ । ଜଣେ ଅଧିକାରୀ କହିଛନ୍ତି ଯେ, ଧମକପୂର୍ଣ୍ଣ ଇମେଲରେ ଲେଖାଯାଇଛି ଯେ, ଭାରତକୁ ଖଲିସ୍ତାନରେ ପରିଣତ କରିବା ପାଇଁ । ଏହାପରେ ସ୍କୁଲ ପରିସର ବ୍ୟାପକ କଡାକଡି କରାଯାଇଥିଲା ।ସ୍କୁଲକୁ ଧମକ ମିଳିବା ପରେ, ଅହମଦାବାଦ ପୋଲିସ ଅତିରିକ୍ତ ଫୋର୍ସ ମୁତୟନ କରି ଯାଞ୍ଚ କରୁଛି। ଏହା କହିଛି ଯେ ଧମକପୂର୍ଣ୍ଣ ଇମେଲ୍ ପଞ୍ଜାବୀ ଭାଷାରେ ଲେଖାଯାଇଥିଲା ଏବଂ ବିସ୍ଫୋରଣ ହେବ ବୋଲି ଚେତାବନୀ ଦିଆଯାଇଥିଲା, ସ୍କୁଲଗୁଡ଼ିକରେ କ୍ରାଇମବ୍ରାଞ୍ଚ ଦଳ ମୁତୟନ କରାଯାଇଛି। ଯିଏ ଏଭଳି ଧମକପୂର୍ଣ୍ଣ ମେଲ ପଠାଇଛି ତାହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଏହି ବୋମା ଧମକ ଖବର ନୂଆ ନୁହେଁ , ଏଭଳି ଖବର ପ୍ରତିଦିନ ଆସୁଛି, ସ୍କୁଲଠୁ ଆରମ୍ଭ କରି କୋର୍ଟକୁ ମଧ୍ୟ ମିଳୁଛି ବୋମାଧମକ । ତେବେ କିଏ ଓ କାହିଁକି ବୋମା ଧମକ ଇମେଲ ପଠାଉଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଏହାର ତଦନ୍ତ ଆରମ୍ଭ କରୁଛି ।










