18.1 C
Bhubaneswar
Wednesday, February 4, 2026
Homeଅପରାଧଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଘରକୁ ବୋମା ମାଡ଼

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଘରକୁ ବୋମା ମାଡ଼

ବ୍ୟୁରୋ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ହତ୍ୟା ଉଦ୍ୟମ । ଘର ଭିତରୁ ମିଳିଲା ବୋମା । ତାଙ୍କ ବାସଭବନର ବଗିଚାରୁ ବୋମା ଜବତ କରାଯାଇଛି । ଉତ୍ତର ଇସ୍ରାଏଲର କେସରିୟାରେ ଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଫ୍ଲାଶ୍ ବୋମାରେ ଆକ୍ରମଣ କରାଯାଇଛି । କିନ୍ତୁ ସେହି ସମୟରେ ତାଙ୍କ ଘରେ ବେଞ୍ଜାମିନ ନେତାନ୍ୟାହୁ ବା ତାଙ୍କ ପରିବାର ଉପସ୍ଥିତ ନଥିଲେ । ତେବେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ସବୁ ସମୀ ଟପିଯାଇଛି । ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହେରଜୋକ୍ ଏହି ଘଟଣାକୁ କଡା ନିନ୍ଦା କରିଛନ୍ତି । ଏହାସହ ଉସୁକାଇବା ଭଳି ଏପରି ଆକ୍ରମଣ କରିବା ଘଟଣା ସବୁ ସୀମା ଟପିଯାଇଛି। ଏହା ପୂର୍ବରୁ ଗତମାସ କେସରିୟାରେ ବେଞ୍ଜାମିନ ନେତାନ୍ୟାହୁଙ୍କ ଘରେ ଡ୍ରୋନରେ ଆକ୍ରମଣ ହୋଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା। ଗତବର୍ଷ ଅକ୍ଟୋବର ୭ତାରିଖରୁ ଆତଙ୍କୀ ସଙ୍ଗଠନ  ହିଜବୁଲ୍ଲା ବିରୋଧରେ ଲଢ଼େଇ ଲଢ଼ୁଛି ଇସ୍ରାଏଲ। ଉଭୟ ପକ୍ଷରୁ ବାରମ୍ବାର ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି। ଏୟାର ଷ୍ଟ୍ରାଇକ ଠାରୁ ଆରମ୍ଭ କରି ବୋମାମାଡ଼ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking