26.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶବିଅର ବୋତଲରେ ବୋମା: ଜନତା ଆତଙ୍କିତ

ବିଅର ବୋତଲରେ ବୋମା: ଜନତା ଆତଙ୍କିତ

ଛତିଶଗଡ଼: ସୀମାନ୍ତ ଛତିଶଗଡ଼ରେ ନକ୍ସଲ ଏବେ ବିଅର ବୋତଲରେ ବୋମା ତିଆରି କରୁଛନ୍ତି, ଯାହାକୁ ନେଇ ପୁଲିସ ଏବଂ ସାଧାରଣ ଜନତା ଆତଙ୍କିତ ହୋଇପଡ଼ିଛନ୍ତି। ବିଜାପୁର ଜିଲ୍ଲାର ଗାଙ୍ଗଲୁର ଅଂଚଳରେ ଏକ ବଡ଼ ଅଘଟଣ ଅଳ୍ପକେ ବର୍ତ୍ତିଯାଇଛି। ମାଓବାଦୀ ପ୍ରଥମଥର ବିଅର ବୋତଲରେ ଦୁଇ କିଲୋ ଲେଖାଏଁ ବିସ୍ଫୋରକ ଭର୍ତ୍ତି କରି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଜଂଗଲରେ ଲୁଚାଇ ରଖିଥିଲେ। ପ୍ରେସର ବୋମା ସଦୃଶ୍ୟ ଏହି ବିଅର ବୋତଲ ବୋମାକୁ ତିଆରି କରାଯାଇଛି। ଯଦି କୌଣସି ବ୍ୟକ୍ତି କିମ୍ବା ସୁରକ୍ଷାକର୍ମୀ ବୋତଲ ଭାବି ଏହାକୁ ଉଠାଇବାକୁ ଚେଷ୍ଟା କରେ ତେବେ ବଡ଼ ବିସ୍ଫୋରଣ କରିବା ସହ ଉଠାଉଥିବା ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇପାରେ। ଯବାନ ଏଭଳି ବୋମା ଦେଖିବା ପରେ ତୁରନ୍ତ ବୋମା ନିଷ୍କ୍ରିୟ ଦଳକୁ ଘଟଣାସ୍ଥଳରେ ଡାକିବା ସହ ବୋମାକୁ ନିଷ୍କ୍ରିୟ କରାଯାଇଥିଲା। ମାଓବାଦୀଙ୍କର ଏଭଳି ନୂତନ ପ୍ରଚେଷ୍ଟା ସାଧାରଣ ଜନତାଙ୍କ ଉପରେ ବିପଦ ଆଣିବ ବୋଲି କୁହାଯାଇଛି। ସ୍ଥାନୀୟ ଆଦିବାସୀମାନେ ପ୍ରାୟତଃ ଜଂଗଲ ଉପରେ ନିର୍ଭର କରି ଚଳିଥାନ୍ତି। ଜଂଗଲରେ ବୋତଲ ପଡିଥିବା ଦେଖି ତାକୁ ଯଦି ଉଠାଇବାକୁ ଚେଷ୍ଟା କରିବେ ତେବେ ବିସ୍ଫୋରଣରେ ଅକାଳରେ ଜୀବନ ଚାଲିଯିବ। ପୁଣି ସ୍ଥାନୀୟ ଆଦିବାସୀମାନେ ମହୁଲ ଫୁଲରୁ ଦେଶୀ ମଦ ପ୍ରସ୍ତୁତ କରିଥାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking