24.6 C
Bhubaneswar
Sunday, April 12, 2026
Homeଓଡିଶାଟ୍ରକ୍‌କୁ ଧକ୍କା ଦେଇ ଓଲଟିଲା ବୋଲେରୋ: ଜଣେ ମୃତ, ଦୁଇ ଗୁରୁତର

ଟ୍ରକ୍‌କୁ ଧକ୍କା ଦେଇ ଓଲଟିଲା ବୋଲେରୋ: ଜଣେ ମୃତ, ଦୁଇ ଗୁରୁତର

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ମଥୁରାଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ କିଛି ଲୋକ ଜଣେ ରୋଗୀଙ୍କୁ ନେଇ ବୋଲେରୋ ଯୋଗେ ଡାକ୍ତରଖାନା ଯାଉଥିଲେ।

ହେଲେ ମଥୁରା ଛକ ନିକଟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ବୋଲେରୋରୁ ଧକ୍କା ଦେଇଥିଲା। ପରେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ବୋଲେରୋରେ ଥିବା ସମସ୍ତ ସଦସ୍ୟ ଗାଡ଼ି ଭିତରେ ଚାପି ହୋଇ ରହି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ବୋଲେରୋ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା। ଏବଂ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲ​‌ରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ପୁଲିସ୍ ଘଟଣାସ୍ତଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking