18.1 C
Bhubaneswar
Thursday, December 18, 2025
Homeଓଡିଶା୪୦ ଫୁଟ ତଳକୁ ଖସିଲା ବୋଲେରୋ: ୩ ଗୁରୁତର ୫ ଆହତ

୪୦ ଫୁଟ ତଳକୁ ଖସିଲା ବୋଲେରୋ: ୩ ଗୁରୁତର ୫ ଆହତ

ମୟୂରଭଞ୍ଜ: ବିବାହ ଉତ୍ସବରେ ଯୋଗ ଦେବାକୁ ଆସୁଥିବା ବେଳେ ଘଟିଲା ଦୁର୍ଘଟଣା। ୪୦ ଫୁଟ ତଳକୁ ଖସିଲା ବୋଲେରୋ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ପୋଲ ରୁ ୪୦ ଫୁଟ ତଳକୁ ଖସିଲା ବୋଲେରୋ । ସୂଚନାଯୋଗ୍ୟ ଯେ ବିଳମ୍ବିତ ରାତିରେ ପୋଡଶୀ ପଶ୍ଚିମବଙ୍ଗର ଗୋପିବଲ୍ଲବପୁର ଅଞ୍ଚଳରୁ ଏକ ବୋଲେରୋରେ ୯ ଜଣ ଓଡ଼ିଶାର ଝାଟିଅଡା ଗ୍ରାମର ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଆସୁଥିବା ବେଳେ ନଳଗଜା ପୋଲରୁ ୪୦ ଫୁଟ ତଳକୁ ଖସି ପଡିଥିଲା । ତେବେ ସ୍ଥାନୀୟ ଲୋକମାନେ ଶଦ୍ଧ ଶୁଣି ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଯାଇଥିବା ଜଣାପଡିଛି । ସେଥିମଧ୍ୟରୁ ସତ୍ୟବାନ ବାବୁଲି, ରସନ ଦାସ, କ୍ରିଷ୍ଣା ବାଗ ଅତି ଗୁରୁତର ଥିବା ବେଳେ ଅନ୍ୟ ମାନେ ଆହାତ ହୋଇଥିବା ଜଣାପଡିଛି । ତେବେ ଡ୍ରାଇଭର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଡେଇଁ ପଡ଼ିଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking