35.1 C
Bhubaneswar
Thursday, March 5, 2026
Homeଓଡିଶାଫାଣ୍ଡି ପଛ ପଡିଆରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର

ଫାଣ୍ଡି ପଛ ପଡିଆରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର

ମୟୁରଭଞ୍ଜ : ସକ୍ରିୟ ଅପରାଧୀ। ବଢୁଛି ଅପରାଧ । ଚର୍ଚ୍ଚାରେ ମୋରଡ଼ା ଥାନା ଲଗାତାର ଦୁଇଟି ଘଟଣା ଘଟାଇ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିବା ସହିତ ଆହ୍ଵାନ ସୃଷ୍ଟି କରି ନୂତନ ଥାନା ଅଧିକାରୀଙ୍କୁ ସ୍ବାଗତ ଜଣାଇଛନ୍ତି ଅପରାଧୀ ବୋଲି ଆଲୋଚନା ହେଉଛି । ତେବେ ଦୁଇଦିନ ପୂର୍ବରୁ ମୋରଡ଼ା ଥାନା ଅନ୍ତର୍ଗତ ଚିତ୍ରଡା ଫାଣ୍ଡି ପଛ ଜଙ୍ଗଲରୁ ଜନୈକା ମହିଳାଙ୍କ ମୃତଦେହ ଉଦ୍ଧାର କରି ଜବତ କରିଥିଲା । ସେ ଘଟଣାକୁ ସପ୍ତାହେ ନ ପୁରୁଣୁ ପୁଣି ଆଜି ସେହି ଚିତ୍ରଡ଼ା ଫାଣ୍ଡି ଠାରୁ ଅଳ୍ପ ଦୂରରେ ଜଣେ ମହିଳାଙ୍କ ଗଲିତ ମୃତଦେହ ଉଦ୍ଧାର ଘଟଣା ଜବତ ଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି । ଉଲ୍ଲେଖଯୋଗ୍ୟ ଫାଣ୍ଡି ପଛରେ ଥିବା ଫୁଟବଲ ଖେଳ ପଡିଆ ନିକଟ ସୁବର୍ଣ୍ଣରେଖା କେନାଲ ମାଟି ରାସ୍ତା କଡ଼ରେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି ।ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ମୃତଦେହଟି ଲୋଧା ମହିଳାଙ୍କର ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଥିବା ବେଳେ ମୃତଦେହଟିକୁ କେହି ଘୋଷାଡି ଆଣି ସେଠାରେ ଫୋଫାଡ଼ି ଦେଇଥିବାର ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଯେ ଆଜି ସୋମବାର ସକାଳେ ସ୍ଥାନୀୟ ଲୋକେ ରାସ୍ତାରେ ଯାଉଥିବା ସମୟରେ ଦୁର୍ଗନ୍ଧ ହେବାରୁ ମୃତଦେହ ଉପରେ ନଜର ପଡିଥିଲା । ଆଉ ଶବଟି ଆଠଦଶ ଦିନ ତଳର ହୋଇଥିବା ଅନୁମାନ କରାଯାଉଛି । ସେହିପରି ଗଳିତ ମୃତଦେହର ବିଭିନ୍ନ ସ୍ଥାନରେ ଉଇ ଲାଗି ପଚି ଯାଇଥିବା ଦେଖିବାକୁ ମିଳିଛି । ତେବେ ଘଟଣାସ୍ଥଳରେ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking