35.1 C
Bhubaneswar
Wednesday, April 1, 2026
Homeଓଡିଶାକ୍ୟାମ୍ପସରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

କ୍ୟାମ୍ପସରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : କ୍ୟାମ୍ପସରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣଙ୍କ ଘର ଦିଲ୍ଲୀରେ ବୋଲି ଜଣାଯାଇଛି। ସେ ବି.ଟେକ୍ ତୃତୀୟ ବର୍ଷରେ ପଢ଼ୁଥିଲେ। ଛାତ୍ରୀ ଜଣଙ୍କ ହଷ୍ଟେଲ ଛାତ୍ରରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଆଇଆଇଟି କ୍ୟାମ୍ପସ ଭିତରେ ଥିବା ହଷ୍ଟେଲ ନିକଟରେ ଜୋରରେ ଶବ୍ଦ ହୋଇଥିଲା। ସିକ୍ୟୁରିଟି ଗାର୍ଡ ସହ ଅନ୍ୟ ଅଧିକାରୀ ଦେଖିଲା ବେଳକୁ ଛାତ୍ରୀ ଜଣଙ୍କ ତଳେ ପଡ଼ିଥିଲେ। ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ରୀ ଜଣଙ୍କ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ତେବେ ଛାତ୍ରୀ ଜଣଙ୍କ କାହିଁକି ଆତ୍ମହତ୍ୟା କଲେ, ଏହା ପଛରେ କ’ଣ କାରଣ ରହିଛି ତାହା ଜଣାପଡ଼ି ନାହିଁ। ଘଟଣା ବିଷୟରେ ପୁଲିସ ପରିବାର ଲୋକଙ୍କୁ ଖବର ଦେଇଛି। ଛାତ୍ରୀଙ୍କ ପରିବାର ଲୋକେ ଦିଲ୍ଲୀରୁ ଆସୁଥିବା ଜଣାଯାଇଛି। ଅନ୍ୟ ପକ୍ଷରେ ପୁଲିସ ପଚରାଉଚରା ଜାରି ରଖିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking