17.1 C
Bhubaneswar
Tuesday, February 3, 2026
Homeଓଡିଶାଶୁଭମିତ୍ରା ସାହୁଙ୍କ ମାଟିତଳୁ ମୃତଦେହ ଉଦ୍ଧାର

ଶୁଭମିତ୍ରା ସାହୁଙ୍କ ମାଟିତଳୁ ମୃତଦେହ ଉଦ୍ଧାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ନିଖୋଜ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଗଳିତ ମୃତଦେହ ଆଜି ଅପରାହ୍‌ଣରେ କେନ୍ଦୁଝରଜିଲ୍ଲା ଘଟଗାଁରୁ ଉଦ୍ଧାର ହୋଇଛି। ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ ଜେସିବି ଲଗାଇ ଏହି ମୃତଦେହ ଉଦ୍ଧାର କରାଯାଇଛି।  ମୃତଦେହକୁ ସିମେଣ୍ଟ ଅଖା ଭିତରେ ବନ୍ଧା ଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ମାଜିଷ୍ଟ୍ରେଟ୍ ଉପସ୍ଥିତ ଥିଲେ। ଏହି ହତ୍ୟାକାଣ୍ଡ ନେଇ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, ଶୁଭମିତ୍ରା ସାହୁ ସେପ୍ଟେମ୍ବର ୬ ତାରିଖ ଠାରୁ ଡ୍ୟୁଟି ଆସିଥିଲେ। ଗତ ୭ତାରିଖ ଠାରୁ ନିଖୋଜ ନେଇ ଅଭିଯୋଗ କ୍ୟାପିଟାଲ ତାନାରେ ହୋଇଥିଲା। ଅଭିଯୋଗ ପରେ କମିସନରେଟ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ସେ ଶେଷରେ ଦୀପକଙ୍କ ସହ ଯୋଗାଯୋଗ କରିଥିବାରୁ ତାଙ୍କ ଉପରେ ନଜର ରହିଥିଲା। ଏହା ପରେ ଦୀପକଙ୍କ ଉପରେ ସନ୍ଦେହ ରହିଥିଲା। ସବୁ ତଥ୍ୟ ପ୍ରମାଣ ପରେ ଦୀପକ ରାଉତକୁ ଗିରଫ କରାଯାଇଛି। ହତ୍ୟା କରିବା ପରେ ନିଜେ କିମ୍ବା ସହଯୋଗୀଙ୍କ ସାହାଯ୍ୟରେ ମୃତଦେହକୁ ଡ଼ିସପୋଜ କରିଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଗତ ୬ ତାରିଖ ଦିନ ଶୁଭମିତ୍ରା ଡିସିପି କାର୍ଯ୍ୟାଳୟକୁ ଡ୍ୟୁଟି କରିବାକୁ ଯାଇଥିଲେ। ସନ୍ଧ୍ୟା ୭ଟାରେ ଭଡ଼ା ଘରକୁ ଫେରିଥିଲେ। ଏହାପରଠୁ ତାଙ୍କର ମୋବାଇଲ ସୁଇଚଅଫ୍ ହୋଇଯାଇଥିଲା। ଦୁଇ ଦିନ କାଳ ଯୋଗାଯୋଗ ନହେବାରୁ ତାଙ୍କ ବାପା ଆସି ଖୋଜାଖୋଜି କରିବା ସହ କ୍ୟାପିଟାଲ ଥାନାରେ ଝିଅ ନିଖୋଜ ଥିବା ନେଇ ଏତଲା ଦେଇଥିଲେ। ପୁଲିସ ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳଙ୍କ ବାବଦରେ ଜାଣିବାକୁ ପାଇଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking