19.1 C
Bhubaneswar
Saturday, February 21, 2026
Homeଓଡିଶାରାସ୍ତାକଡରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ରାସ୍ତାକଡରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଯାଜପୁର: ପୁଣି ଅଲୋଡା ହେଲା ନବଜାତ ଶିଶୁ କନ୍ୟା । ଜନ୍ମଦାତ୍ରୀ , ମୃତ ଶିଶୁ କନ୍ୟାକୁ ରାସ୍ତାକଡରେ ଫିଙ୍ଗି ଚାଲିଯାଇଥିବା ସନ୍ଦେହ କରାଯାଉଛି । ଏଭଳି ଅଭାବନୀୟ ଦୃଶ୍ୟ ରାୟଗଡା ସହର ଗୋଦାବରୀଶ ନଗର ଅଞ୍ଚଳରେ ଦେଖିବାକୁ ମିଳିଛି । ଶିଶୁ କନ୍ୟାକୁ କାଳେ କୁକୁର ଭିଡି ନେବ ସେଥିପାଇଁ ସ୍ଥାନୀୟ ଲୋକେ ଦୀର୍ଘ ୪ ଘଣ୍ଟା କାଳ ରାସ୍ତାକଡରେ ଜଗି ରହିଛନ୍ତି । ଅନୁମାନ କରାଯାଉଛି ଯେ, ଶିଶୁ କନ୍ୟାଟି ବିଳମ୍ବିତ ରାତିରେ ଜନ୍ମ ନେଇଛି । ତେବେ ମୃତାବସ୍ଥାରେ ଜନ୍ମ ହୋଇଥିଲା ନା, ଜନ୍ମ ପରେ ତାକୁ ମାରି ଦିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking