ସମ୍ବଲପୁର : ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର। ସମ୍ବଲପୁର ଚାଉଁରପୁର ସେତୁରୁ ଡେଇଁ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ମୃତଦେହ ଦୀର୍ଘ ୪ ଦିନ ପରେ ମଙ୍ଗଳବାର ଆଠଗଡ ଥାନା କନ୍ଦରପୁର ସ୍ଥିତ ମହାନଦୀ କୂଳରୁ ଠାବ ହୋଇଛି । ତାଙ୍କ ନାମ କାଜଲ ବୋଲି ଜଣାପଡିଛି। କନ୍ଦରପୁର ସ୍ଥିତ ମହାନଦୀ କୂଳରେ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଚାଉଁରପୁର ସେତୁରୁ ଡେଇଁ ଆତ୍ମହତ୍ୟା କରିଥିବା ନାବାଳିକାଙ୍କ ମୃତଦେହ ବୋଲି ଜଣାପଡିଛି । ସେ ଦୀର୍ଘ ୪ ଦିନ ତଳେ ଚାଉଁରିପୁର ସେତୁରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଏହାପରେ ଅନେକ ଖୋଜାଖୋଜି ପରେ ତାଙ୍କ ମୃତଦେହ ମିଳିନଥିଲା । ଆଜି ନାବାଳିକାଙ୍କ ମୃତଦେହ ମିଳିଛି ।










