28.1 C
Bhubaneswar
Friday, March 27, 2026
Homeଓଡିଶାକୂଅରୁ ମିଳିଲା ନିଖୋଜ ବୃଦ୍ଧଙ୍କ ମୁତଦେହ

କୂଅରୁ ମିଳିଲା ନିଖୋଜ ବୃଦ୍ଧଙ୍କ ମୁତଦେହ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ବଡ଼ବେରେଣା ଗ୍ରାମର ୭୫ ବର୍ଷୀୟ ବୃଦ୍ଧ ଦାମୋଦର ସାହୁ ଗତ ସୋମବାର ଠାରୁ କେଉଁ ଆଡେ ନିଖୋଜ ଥିବା ପରିବାର ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲା। ତେବେ ସକାଳୁ ମହିଳାମାନେ ତାଙ୍କ ଘର ପାଖ ଏକ କୂପରୁ ପାଣି ନେବାକୁ ଆସିବା ବେଳେ ମୁତହେହ କୂପ ଭିତରେ ଭାସୁଥିବା ଦେଖିବାକୁ ପାଇଥିଲେ। ତେବେ ବୟସାଧିକ୍ୟ କାରଣରୁ ସୋମବାର ଭୋର ସମୟରୁ ଶୌଚ ନିମନ୍ତେ କୂଅକୁ ପାଣି ପାଇଁ ଯାଇଥିବା ବେଳେ ସେଠାରେ କୌଣସି କାରଣରୁ କୂଅ ଭିତରେ ଖସିପଡ଼ି ମୁତ୍ଯୁବରଣ କରିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଘଟଣା ସ୍ଥଳରେ ବେଗୁନିଆ ଅଗ୍ନିଶମ ବାହିନୀ ପହଞ୍ଚି ମୁତଦେହ ଉଦ୍ଧାର କରିବା ପରେ ବେଗୁନିଆ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ହସ୍ପିଟାଲକୁ ପଠାଇଥିବା ଜଣାପଡ଼ିଛି। ଦାମୋଦର ଅତି ଗରିବ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking