33.1 C
Bhubaneswar
Friday, April 3, 2026
Homeଓଡିଶାନିଖୋଜ ୮ ବର୍ଷର ଝିଅର ମୃତଦେହ ଉଦ୍ଧାର

ନିଖୋଜ ୮ ବର୍ଷର ଝିଅର ମୃତଦେହ ଉଦ୍ଧାର

କେନ୍ଦ୍ରାପଡା: ନିଖୋଜ ୮ ବର୍ଷର ଝିଅର ମୃତଦେହ ଉଦ୍ଧାର । ନଦୀରୁ ମିଳିଲା ନାବାଳିକାର ମୃତଦେହ । ଦୁଇ ଦିନ ହେଲା ନିଖୋଜ ଥିଲେ । ମାମୁଁ ଘରକୁ ଘରକୁ ଆସି ୮ ବର୍ଷର ଝିଅ ନିଖୋଜ ଥିଲେ । ତେବେ ମାମୁ ଘରେ ରହି ପାଠ ପଢୁଥିଲେ ବୋଲି ସୂଚନା ରହିଛି । ପରିବାର ପକ୍ଷରୁ ଥାନାରେ ଦିଆଯାଇଥିଲା ଏତଲା । ଦୁଇ ଦିନ ହେବ ପୋଲିସ ଦମକଳ ବାହିନୀ ଖୋଜାଖୋଜି କରୁଥିଲେ ବି କୌଣସି ପତ୍ତା ମିଳିନଥିଲା । ପରିବାର ଲୋକେ ହତ୍ୟା ସନ୍ଦେହ କରୁଥିଲେ । ତେବେ ତଦନ୍ତ ପରେ ସତ ଜଣାପପଡିବ ବୋଲି ଆଇଆଇସି କହିଛନ୍ତି । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମାଳିପୁର ଗାଁର ଏହି ଘଟଣା । ଗତକାଲି ଗାଁରେ ଅଷ୍ଟପ୍ରହରୀ କୀର୍ତ୍ତନ ଓ ଭୋଜିଭାତ ଚାଲିଥିବା ବେଳେ ସକାଳ ୧୧ଟାରୁ ଝିଅ ନିଖୋଜ ହୋଇଯାଇଥିଲା । ଆଜି ଅନୁସନ୍ଧାନୀ କୁକୁର ସହାୟତାରେ ଖୋଜାଖୋଜି କରିବା ଦ୍ୱାରା ନଦୀରୁ ମୃତଦେହ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking