ପୋଲସରା: ପୋଲସରାରୁ ମିଳିଛି ଏକ ଦୁଃଖଦ ଖବର । ଚାଷ ଜମିରୁ ଶ୍ରମିକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ପୁରୁଷୋତ୍ତମପୁର ଥାନା ପାଣ୍ଡିଆ ଛକ ନିକଟସ୍ଥ ଚାଷ ଜମିରୁ ମୃତଦେହ ଉଦ୍ଧାର କରାଯାଇଛି । ୨୪ ତାରିଖରୁ ନିଖୋଜ ଥିଲେ ଶ୍ରମିକ ଜଣକ । କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଋଷିକୁଲ୍ୟା ବ୍ରିଜ କାମ ବେଳେ ଅନ୍ୟ ଶ୍ରମିକମାନଙ୍କ ସହ ବଚସା ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି ।










