22.1 C
Bhubaneswar
Saturday, March 28, 2026
Homeଓଡିଶାସନ୍ଦେହଜନକ ଅବସ୍ଥାରେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ସନ୍ଦେହଜନକ ଅବସ୍ଥାରେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ବରେଲି ଜିଲ୍ଲାର ସିବିଗଞ୍ଜ ଥାନା ହମିରପୁର ଗାଁରେ ଜଣେ ବୃଦ୍ଧାଙ୍କ ମୃତଦେହ ତାଙ୍କ ଘରେ ଏକା ଶୋଇଥିବା ଅବସ୍ଥାରେ ମିଳିଥିଲା । ଘଟଣାସ୍ଥଳରୁ ରକ୍ତ ଲାଗିଥିବା ଦେଖିବାକୁ ମିଳିଥିଲା । ବୃଦ୍ଧା ମହିଳା ଜଣକ ଘରେ ଏକା ରହୁଥିଲେ। ମୃତକଙ୍କ କୌଣସି ସନ୍ତାନ ନଥିବା ଜଣାପଡିଛି। ସକାଳେ ଭଣଜାଙ୍କ ସ୍ତ୍ରୀ ତାଙ୍କୁ ଉଠାଇବାକୁ ଯିବା ପରେ ଘଟଣାଟି ଜଣାପଡ଼ିଥିଲା। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ଘଟଣାର ପ୍ରକୃତ ପରିସ୍ଥିତି ଜଣାପଡିବ। ଏନେଇ ଗାଁରେ ଶୋକାକୂଳ ପରିବେଶ ଉପୁଜିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking