25.9 C
Bhubaneswar
Monday, April 6, 2026
Homeଓଡିଶାପୋଖରୀରୁ ଦିବ୍ୟାଙ୍ଗ ଯୁବକଙ୍କ ମୃତଦେହ ଉଦ୍ଧାର

ପୋଖରୀରୁ ଦିବ୍ୟାଙ୍ଗ ଯୁବକଙ୍କ ମୃତଦେହ ଉଦ୍ଧାର

ତିହିଡ଼ି: ତିହିଡ଼ିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ ଦଳ ଭର୍ତ୍ତି ପୋଖରୀରୁ ବୁଧବାର ସକାଳେ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାଁ ଧନେଶ୍ୱର ଖିଲାର(୩୦) ଏବଂ ତାଙ୍କ ଘର ତିହିଡ଼ି ବ୍ଲକ ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ତଳଦୁମୁକା ଗ୍ରାମରେ ବୋଲି ଜଣାଯାଇଛି। ଧନେଶ୍ୱର ମଙ୍ଗଳବାର ଅପରାହ୍ନରେ ବିଲରୁ ଫେରି ଗ୍ରାମରେ ଥିବା ଏକ ଦଳଭର୍ତ୍ତି ପୋଖରୀରେ ଧୋଇହେବାକୁ ଯାଇଥିବାବେଳେ ପୋଖରୀରେ ପଡ଼ିଯାଇଥିଲେ। ତେବେ ତାଙ୍କ ପରିବାର ଲୋକେ ଖୋଜାଖୋଜି କରିବା ପରେ ବି ତାଙ୍କର ସନ୍ଧାନ ପାଇ ନ ଥିଲେ। ପରେ ଗ୍ରାମବାସୀ ଏ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ବିଭାଗୀୟ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ପୋଖରୀରେ ଖୋଜିଥିଲେ ବି ତାଙ୍କର ଖୋଜଖବର ମିଳି ନ ଥିଲା। ବୁଧବାର ସକାଳେ ଗ୍ରାମବାସୀ ପୋଖରୀର ଦଳ ସଫା କରିବା ପରେ ଧନେଶ୍ୱରଙ୍କ ମୃତଦେହ ମିଳିଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking