ନୂଆଦିଲ୍ଲୀ: କେନାଳରୁ ୯ମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର । ବେଙ୍ଗାଲୁରୁର କନକପୁରା ରୋଡରେ ଏକ ଜଳ ବୋର୍ଡ ନିର୍ମାଣ ସ୍ଥଳରୁ ଉଦ୍ଧାର କରାଯାଇଛି । ତିନି ଦିନ ପୂର୍ବରୁ ରହସ୍ୟମୟ ପରିସ୍ଥିତିରେ ଛାତ୍ର ଜଣଙ୍କ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ଖୋଜିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପାଇନଥିଲେ । ଜାନୁଆରୀ ୨୯ ତାରିଖରେ କାଗଲିପୁରା ଥାନାରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ । ଶନିବାର ଦିନ ସ୍ଥାନୀୟ ଲୋକେ ସେହି ସ୍ଥାନ ନିକଟରେ କାମ କରୁଥିବା ଶ୍ରମିକଙ୍କୁ ଦୁର୍ଗନ୍ଧ ହୋଇଥିଲା । ପରେ ସେଠାକୁ ଯାଇ ଦେଖିଲେ ପିଲାଟିର ମୃତଦେହଟି ଭାସୁଛି । ପରେ ପୋଲିସକୁ ତୁରନ୍ତ ଖବର ଦେଇଥିଲୋ ଖବର ପାଇ ପୋଲିସ , ଅଗ୍ନିଶମ ବାହିନୀ ଘଟମାସ୍ଥଳରେ ପହଞ୍ଚି ମୃତଦେହକୁ ବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଛାତ୍ରଙ୍କ କେଉଁ କାରଣରୁ ମୃତ୍ୟୁ ହେଲା ତାହାର ତଦନ୍ତ ପୋଲିସ ଆରମ୍ଭ କରିଛି । ମୃତକଙ୍କ ପରିବାର ଲୋକେ ଏ କଥା ଶୁଣି ଦୁଃଖରେ ଭାଙ୍ଗି ପଡିଛନ୍ତି ।










