32.1 C
Bhubaneswar
Thursday, March 12, 2026
Homeଓଡିଶାବିରୂପା ବ୍ୟାରେଜରୁ ଦୁଇ ଭାଇଙ୍କର ମୃତଦେହ ଉଦ୍ଧାର

ବିରୂପା ବ୍ୟାରେଜରୁ ଦୁଇ ଭାଇଙ୍କର ମୃତଦେହ ଉଦ୍ଧାର

କଟକ: କଟକ ଜିଲ୍ଲା ଚୌଦ୍ୱାର ବିରୂପା ବ୍ୟାରେଜ ଏକ ନମ୍ବର ଗେଟ ନିକଟରେ ଦୁଇ ଯୁବକଙ୍କର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଯୁବକ ଦୁଇଜଣ ଚୌଦ୍ୱାର ମଣ୍ଡାପଡା ଅଞ୍ଚଳର ଦେବାଶିଷ ସାହୁ ଓ ଶୁଭାଶିଷ ସାହୁ ବୋଲି ସନ୍ଦେହ କରାଯାଉଛି । ଦୁଇ ଭାଇ ଗତ ଦୁଇ ଦିନ ତଳୁ ନିଖୋଜ ଥିଲେ । ସେମାନଙ୍କ ଏକ ବାଇକ ବ୍ୟାରେଜରୁ ଠାବ କରାଯାଇଥିଲା । ଆଜି ସେମାନଙ୍କର ମୃତଦେହ ବ୍ୟାରେଜ ନିକଟରେ ଭାସୁଥିବାର ଦେଖି ମତ୍ସ୍ୟଜୀବିମାନେ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଚୌଦ୍ୱାର ପୁଲିସ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ଦୁଇ ମୃତଦେହକୁ ଉଦ୍ଧାର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking