34.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଆଉ ୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର

ଆଉ ୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର

ରାୟପୁର: ଆଉ ୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର । ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଲା । ବିଜାପୁର ଇନ୍ଦ୍ରାବତୀ ନାସନାଲ ପାର୍କରେ ଏନକାଉଣ୍ଟର ଚାଲିଛି । ରାତିସାରା ଅପରେସନ ଚାଲିଛି । ଏବେ ବି ଗୁଳିବିନିମୟ ଜାରି ରହିଛି । ଗୁରୁବାର ସିସିଏମ ସୁଧାକର ମୃତ୍ୟୁ ହୋଇଥିଲା ଏବଂ ତେଲେଙ୍ଗାନା କମିଟି ସଦସ୍ୟ ଭାସ୍କରର ମଧ୍ୟ ମୃତ୍ୟୁ ହୋଇଥିଲା । ଏନକାଉଣ୍ଟର ସ୍ଥଳରୁ ଏକ AK-47 ରାଇଫଲ୍ ସହିତ ଅନ୍ୟାନ୍ୟ ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ ହୋଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ତେଲେଙ୍ଗାନାର ଆଦିଲାବାଦ ଜିଲ୍ଲାର ବାସିନ୍ଦା ୪୫ ବର୍ଷୀୟ ଭାସ୍କର ସିପିଆଇ (ମାଓବାଦୀ)ର ତେଲେଙ୍ଗାନା ରାଜ୍ୟ କମିଟିର ମଞ୍ଚେରିଆଲ-କୋମାରମ୍ଭୀମ ବିଭାଗର ସମ୍ପାଦକ ଥିଲେ। ତାଙ୍କ ନାମରେ ଥିବା ୪୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟରୁ ଛତିଶଗଡ଼ ୨୫ ଲକ୍ଷ ଟଙ୍କା ଘୋଷଣା କରିଥିଲା, ତେଲେଙ୍ଗାନା ସରକାର ଆଉ ୨୦ ଲକ୍ଷ ଟଙ୍କା ଘୋଷଣା କରିଥିଲେ ।ସୁଧାକରଙ୍କ ହତ୍ୟା ପରେ, ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ କହିଛନ୍ତି ଯେ ଅନେକ ନକ୍ସଲଙ୍କୁ ନିଷ୍କ୍ରିୟ କରାଯାଇଛି।  ଅପରେସନ ଶେଷ ହେବା ପରେ ଅନ୍ୟ ମାଓବାଦୀଙ୍କ ମୃତାହତ ଏବଂ ପୁନରୁଦ୍ଧାର ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯିବ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking