ଭୁବନେଶ୍ୱର: ଆଜି ଚୈତ୍ର ପୂର୍ଣ୍ଣିମା ଚନ୍ଦନ ପୁଷ୍କରିଣୀରୁ ୫ଟି ଡଙ୍ଗାକୁ ଭୋଇ ସେବକ ମାନେ ବାହାର କରିବେ । ଚନ୍ଦନ ଯାତ୍ରା ପରେ ନନ୍ଦା ଓ ଭଦ୍ରା ଚାପ ସହ ବୈଜନ୍ତରୀ ଡଙ୍ଗାକୁ ପାଣିରେ ବୁଡାଇ ଦିଆଯାଇଥାଏ । ଆଜି ପରମ୍ପରା ମୁତାବକ ଏହି ସମସ୍ତ ଡଙ୍ଗାକୁ କଢାଯାଇ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତ କରାଯାଇଥାଏ । ଆଗାମୀ ମେ ୩ ତାରିଖରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା । ନରେନ୍ଦ୍ର ପୁଷ୍କରଣୀରେ ୨୧ ଦିନ ଧରି ଜଳକ୍ରୀଡା କରିବେ ମଦନ ମୋହନ, ଭୂଦେବୀ ଶ୍ରୀ ଦେବୀ ଓ ରାମକୃଷ୍ଣ ପଞ୍ଚୁ ପାଣ୍ଡବ ।










