କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାଜିଲ୍ଲା ରାଜନଗର ସାତଭାୟା ସମୁଦ୍ରରେ ବୁଡ଼ିଲା ବୋଟ୍ । ଅଳ୍ପକେ ବର୍ତ୍ତିଲେ ୮ ମତ୍ସ୍ୟଜୀବୀ। ତାରିଣୀ -୨ ବୋଟ୍ ଟି ଦୁର୍ଘଟଣା ଘଟି ବୁଡ଼ିଥିବା ସୂଚନା । ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବୋଟଟି ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି।ସମୁଦ୍ରକୁ ବୋଟ୍ ମାଛ ମାରିବା ପାଇଁ ଆସିଥିବା ବେଳେ ବୋଟରେ ୮ ଜଣ ମତ୍ସ୍ୟଜୀବୀ ଥିଲେ। ଦୁର୍ଘଟଣା ଘଟି ବୋଟଟି ବୁଡ଼ିଯିବାରୁ ମତ୍ସ୍ୟଜୀବୀ ମାନେ ପହଁରି କୂଳକୁ ଆସିଥିବା ବେଳେ ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଅଛନ୍ତି। ବୋଟରେ ଥିବା ମାଛ ସହ ସମସ୍ତ ଆସବାବପତ୍ର ସମୁଦ୍ରରେ ବୁଡ଼ି ଯାଇଛି।










