26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଡଙ୍ଗା ଓଲଟି ୪୧ ମୃତ, ୧୨ ଉଦ୍ଧାର

ଡଙ୍ଗା ଓଲଟି ୪୧ ମୃତ, ୧୨ ଉଦ୍ଧାର

ନାଇଜେରିଆ : ନାଇଜେରିଆର ଉତ୍ତର ପଶ୍ଚିମ ରାଜ୍ୟ ଜାମଫାରା ନଦୀରେ ଡଙ୍ଗା ଓଲଟିବା ଯୋଗୁଁ ଅତିକମରେ ୪୧ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି । ୫୦ରୁ ଅଧିକ ଯାତ୍ରୀ ଡଙ୍ଗାରେ ଯାଉଥିବା ବେଳେ ନଦୀରେ ଡଙ୍ଗାଟି ଓଲଟି ପଡିଥିଲା । ଖବର ମୁତାବକ, ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ କୃଷକ ଥିଲେ । ପ୍ରତିଦିନ ଡଙ୍ଗାରେ ନଦୀ ପାର ହୋଇ ନିଜ ଚାଷଜମିକୁ ଯାଉଥିଲେ । ଡଙ୍ଗା ବୁଡିବା ଖରବ ଶୁଣିବା ପରେ ସ୍ଥାନୀୟ ବୁଡାଳି ସହିତ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅତିକମରେ ୧୨ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଡଙ୍ଗାରେ ଥିବା ମୃତକ ୪୧ ଜଣଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ପିଲା ରହିଛନ୍ତି ।

ନାଇଜେରିଆ ରାଷ୍ଟ୍ରପତି କହିଛନ୍ତି, କୃଷକମାନେ ପ୍ରତିଦିନ ନିଜ ଜମିକୁ ଚାଷ କରିବା ପାଇଁ ଯିବାଆସିବା କରନ୍ତି । ତେବେ କୃଷକମାନେ ନିଜ ଜମିକୁ ଯାଉଥିବା ବେଳେ ନଦୀରେ ଡଙ୍ଗାଟି ଓଲଟି ପଡିଥିଲା । ସମସ୍ତ ପୀଡିତଙ୍କ ପରିବାରକୁ ସହାୟତା କରିବା ପାଇଁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ପଶ୍ଚିମ ଆଫ୍ରିକା ଦେଶରେ ଡଙ୍ଗା ଓଲଟିବା ଘଟଣା ସବୁବେଳେ ହେଉଛି । ଏଭଳି ଘଟଣା ଡଙ୍ଗାରେ ଅତ୍ୟଧିକ ଲୋକ, ପ୍ରତିକୂଳ ପାଣିପାଗ ଏବଂ ପରିଚାଳନା ତ୍ରୁଟି ଯୋଗୁଁ ହେଉଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଫ୍ରିକାର ସବୁଠୁ ଅଧିକ ଜନବହୁଳ ଦେଶରେ ବାରମ୍ବାର ଏଭଳି ଡଙ୍ଗା ଦୁର୍ଘଟଣାର ଦୁଃଖଦ ଖବର ସମ୍ନାକୁ ଆସିଥାଏ । ଉତ୍ତର ନାଇଜେରିଆରେ ଏକ ଡଙ୍ଗା ବୁଡ଼ିଯିବା ଫଳରେ ୭୦ ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking