25.1 C
Bhubaneswar
Thursday, April 2, 2026
Homeଓଡିଶାମୋନ୍ଥା ପାଇଁ ବିଏମସିର ପ୍ରସ୍ତୁତି

ମୋନ୍ଥା ପାଇଁ ବିଏମସିର ପ୍ରସ୍ତୁତି

ଭୁବନେଶ୍ୱର: ରାଜଧାନୀରେ   ମୋନ୍ଥା ମୁକାବିଲା ପାଇଁ  ପ୍ରସ୍ତୁତ  ବିଏମସି ।  ବିଏମସିର ପ୍ରସ୍ତୁତି ନେଇ ମେୟର ସୁଲୋଚନା ଦାସ  ସୂଚନା ଦେଇଛନ୍ତି ।  କହିଛନ୍ତି, ଭୁବନେଶ୍ୱରରେ ୫୦ ଆଶ୍ରୟସ୍ଥଳ ସହ ସବୁ ସରକାରୀ ସ୍କୁଲ ପ୍ରସ୍ତୁତ ଅଛି । ଗଛ କାଟିବା ସହ ଜଳାର୍ଣ୍ଣବ ସ୍ଥିତିର ମୁକାବିଲା ପାଇଁ କର୍ମଚାରୀ ସଜାଗ ଅଛନ୍ତି ।  ଆପଦକାଳୀନ ସମୟରେ ୧୯୨୯ କଲ କରିବାକୁ ପରାମର୍ଶ ଦିଆଯାଇଛି । ସ୍ଥାନୀୟ କର୍ପୋରେଟଙ୍କ ସହଯୋଗ  ନେଇପାରିବେ କହିଲେ । ଅନ୍ୟପଟେ ପ୍ରେସମିଟରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂଚନା ଦେଇଛନ୍ତି ।  କହିଛନ୍ତି, ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି , ପରାମର୍ଶ ମାନନ୍ତୁ ।  ମାଲକାନଗିରି, ଗଜପତି, ଗଞ୍ଜାମରେ ବର୍ଷା ଆରମ୍ଭ ହୋଇଛି । ବାତ୍ୟା ନିକଟବର୍ତ୍ତୀ ହେଲେ ବର୍ଷାର ପ୍ରଭାବ ଅଧିକ ହେବ । କେହି ଭୟଭୀତ ହୁଅନ୍ତୁ ନାହିଁ । ଜିରୋ କାଜୁଆଲିଟି ଲକ୍ଷ୍ୟ ରଖାଯାଇଛି । ମାଲକାନଗିରି ଦେଇ ବାତ୍ୟା ଛତିଶଗଡ ମୁହାଁ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking