28.1 C
Bhubaneswar
Thursday, April 2, 2026
Homeଓଡିଶାବିଏମସିର 'ଦୟା' ଚିନ୍ତା

ବିଏମସିର ‘ଦୟା’ ଚିନ୍ତା

ଭୁବନେଶ୍ୱର: ଦୟା ନଦୀ ପ୍ରଦୂଷଣ ରୋକିବାକୁ ଜଳ ସମ୍ପଦ ବିଭାଗକୁ ବିସିର ଚିଠି । ଏନେଇ ରବିବାର ମେୟର ସୁଲୋଚନା ଦାସ କହିଛନ୍ତି ଯେ, ଦୟା ୱେଷ୍ଟ କେନାଲ ଓ ଗଙ୍ଗୁଆ ନଦୀ ଯୋଗୁଁ ଦୟା ନଦୀ ଦୂଷିତ ହେଉଛି। ଏହି ଦୁଇ ନଦୀକୁ ସଫା କରିବା ସହ ଶିଳ୍ପ ସଂସ୍ଥା ଗୁଡିକ ଟ୍ରିଟମେଣ୍ଟ କରି ଏସଟିପି ଜରିଆରେ ପାଣି ଛାଡିଲେ ପ୍ରଦୂଷଣ ହୁଅନ୍ତା ନାହିଁ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ମେୟରଙ୍କ ପକ୍ଷରୁ ଜଳ ସମ୍ପଦ ସଚିବଙ୍କୁ ଚିଠି ଲେଖାଯାଇଛି । ଖାଲି ସେତିକି ନୁହେଁ, ଏହା ସହ ମୁଖ୍ୟ ଶାସନ ସଚିବଙ୍କ ସହ ବି ଆଲୋଚନା ହୋଇଛି। ସେମାନେ ବି ଏହି ନଦୀ ଗୁଡିକୁ ସଫା କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଭୁବନେଶ୍ୱର ମେୟର। ଅନ୍ୟପଟେ ପରୀକ୍ଷାମୂଳକ ଭାବେ ଦୟା ୱେଷ୍ଟ କେନାଲକୁ ସଫା କରିବାକୁ ବିସି ଚାହୁଁଛି। ଏଥିପାଇଁ ଜଳ ସମ୍ପଦ ବିଭାଗର ଅନୁମତି, ଅର୍ଥ ଓ ମାନବ ସମ୍ବଳ ଆବଶ୍ୟକ । ବିସି ନିଜ ଅର୍ଥରେ ପଳାଶୁଣି ପାଖରେ ୧୦୦ ମିଟର ସଫା କରୁଛି । ଯାହା ଜରିଆରେ ସବୁଜିମା ରହିବା ସହ ଅଳିଆ ଆସିବ ନାହିଁ । ତେବେ ଅନୁମତି ମିଳିଲେ, ଦୟା ୱେଷ୍ଟ ପରେ ଗଙ୍ଗୁଆ ବି ସଫା କରିବେ। ଏସଟିପିଏଫଏସଟିପି ବି ଚାଲୁ ଅଛି। ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅନୁରୋଧ ଯେ ସେମାନେ ମଞ୍ଚେଶ୍ୱରରେ ଥିବା ଶିଳ୍ପ ସଂସ୍ଥାଙ୍କୁ ଅଳିଆ ନ ଛାଡିବା ନେଇ ତାଗିଦ କରିବେ। ତା ଦ୍ୱାରା ପ୍ରଦୂଷଣ ରୋକିବା ସହ ରୋଗରୁ ମୁକ୍ତ ପାଇବେ ଲୋକ ବୋଲି କହିଛନ୍ତି ମେୟର ସୁଲୋଚନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking