25.9 C
Bhubaneswar
Monday, April 6, 2026
Homeଓଡିଶାଉଠାଦୋକାନୀଙ୍କୁ ବିଏମସିର ନିର୍ଦ୍ଦେଶାବଳୀ: ସଫେଇ କାମରେ ସହଯୋଗ କରିବାକୁ ଅପିଲ୍‌

ଉଠାଦୋକାନୀଙ୍କୁ ବିଏମସିର ନିର୍ଦ୍ଦେଶାବଳୀ: ସଫେଇ କାମରେ ସହଯୋଗ କରିବାକୁ ଅପିଲ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଉଠାଦୋକାନୀଙ୍କୁ ବିଏମସିର ନିର୍ଦ୍ଦେଶାବଳୀ। ବିଏମସି ସୀମା ମଧ୍ୟରେ ବ୍ୟବସାୟ କରୁଥିବା ସମସ୍ତ ବ୍ୟବସାୟୀ ମାନଙ୍କୁ ୫ ସୁତ୍ରୀର ଗାଇଡଲାଇନ ଜାରି କରାଯାଇଛି। ସମସ୍ତ ଉଠାଦୋକାନୀ ଷ୍ଟଲରେ ଅନୁମୋଦନପତ୍ର ରଖିବା ବାଧ୍ୟତାମୂଳକ। ସ୍ୱାସ୍ଥ୍ୟରକ୍ଷା ପ୍ରତି ମୁଣ୍ଡରେ ସ୍କ୍ରାଫ ବା ଟୋପି, ମାସ୍କ, ଗ୍ଲୋବ୍ସ ପିନ୍ଧିବେ। ସଫା ପୋଷାକ ସାଙ୍ଗକୁ ଆପ୍ରୋନ୍ ପିନ୍ଧିବେ। ଗରାଖଙ୍କୁ ଖାଦ୍ୟ ଦେବାବେଳେ ଷ୍ଟିଲ୍ ବା ପୁନଃ ଉପଯୋଗ ଗିନା, କପ୍‌, ଥାଳି, ପ୍ଲେଟ ବ୍ୟବହାର କରିବେ। ସେହିପରି ଏକକ ବ୍ୟବହାର ପାତ୍ର, ପ୍ଲେଟ୍ ଇତ୍ୟାଦିରେ ଗରାଖଙ୍କୁ ଆଦୌ ଖାଦ୍ୟ ପରସିବେ ନାହିଁ। ଖାଦ୍ୟଦ୍ରବ୍ୟ ଘୋଡ଼ାଇ ରଖିବା ସହ ଥାଳି ଇତ୍ୟାଦିରେ ଅଏଲ୍ ପେପର ପକାଇ ଖାଦ୍ୟ ଦେବାକୁ କୁହାଯାଇଛି। ଦୋକାନରେ ଦୁଇଟି ଡଷ୍ଟବିନ୍ ରହିବା ବାଧ୍‌ଯତାମୂଳକ। ବିଏମ୍ସି ସଫେଇ ଗାଡ଼ିରେ ବର୍ଜ୍ୟ ଦେବାକୁ ବିଏମସି କହିଛି ।ସେହିଭଳି ଚା’ ଦୋକାନ କରିଥିଲେ ଏକକ ବ୍ୟବହାର କପରେ ଆଦୌ ଚା ଦେବେ ନାହିଁ। କେବଳ ପୁନଃ ଉପଯୋଗ କପ୍ ଏବଂ ମାଟିକପରେ ଚାହା ଦେବେ ଦୋକାନୀ। ଏବେ ସ୍ୱଚ୍ଛତା ଅଭିଯାନ ୧୦ ବର୍ଷରେ ପହଞ୍ଚିଛି। ତେଣୁ ସବୁଜ ଓ ସ୍ୱଚ୍ଛ ପରିବେଶ ଲାଗି ବିଏମସି ମେୟର ଆହ୍ୱାନ ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking