ବାଲେଶ୍ୱର: ଭଡା ଘର ଭିତରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥାନା ତାଳକୋଣିଆ ବଜାରର ଗୋଟିଏ ଭଡା ଘରୁ ଉଦ୍ଧାର ହୋଇଛି । ସାଙ୍ଗରେ ରହୁଥିବା ଯୁବକ ଜଣଙ୍କ ମୁଣ୍ଡକୁ ପିଟି ହତ୍ୟା କରିଥିବାର ଅଭିଯୋଗ ରହିଛି । ମୃତକ ନୟାଗଡ ଜିଲ୍ଲାର ରାଜଶେଖର ମହାପାତ୍ର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ତାଳ କୁରୁଣିଆ ଗାଁରେ ଜଣେ ବ୍ୟକ୍ତିଙ୍କ ପାଖରେ ନୀଳଗିରି ଥାନା ଧ୍ରୁବ ଶିଳା ଗାଁର କୈଳାଶ ରାଉତ ଏବଂ ନୟାଗଡ ଅଞ୍ଚଳର ରାଜଶେଖର ମହାପାତ୍ର ଉଭୟ ଜେସିବି ଡ୍ରାଇଭର ଏବଂ ସୁପରଭାଇଜର ଭାବରେ କାମ କରୁଥିଲେ । ତେବେ ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଗତକାଲି କୈଳାଶ ରାଉତ ପ୍ରବଳ ନିଶାସକ୍ତ ଅବସ୍ଥାରେ ରହିଥିଲେ । ତେଣୁ ସେ ନିଶାଶକ୍ତ ଅବସ୍ଥାରେ ରାଜସେଖର ହତ୍ୟାକାରୀ ଫେରାର ହୋଇଯାଇଥିବାର ସନ୍ଦେହ କରାଯାଉଛି । ଆଜି ସକାଳେ ଜେସିବି ମାଲିକ ଘର ଭିତରେ ଘର ମାଲିକ ରକ୍ତାକ୍ତ ଅବସ୍ଥାରେ ମୃତ ଦେହ ପଡିଥିବା ଦେଖି ଗୋପାଳପୁର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାର ତଦନ୍ତ କରୁଛି ।









