25.1 C
Bhubaneswar
Tuesday, February 3, 2026
Homeଓଡିଶାଜନନାୟକ ରାହୁଲ ଗାନ୍ଧୀଙ୍କର ଜନ୍ମ ଦିବସ ପାଳନ ଅବସରରେ ପ୍ରଦେଶ ଯୁବ କଂଗ୍ରେସ ତରଫରୁ ରକ୍ତଦାନ...

ଜନନାୟକ ରାହୁଲ ଗାନ୍ଧୀଙ୍କର ଜନ୍ମ ଦିବସ ପାଳନ ଅବସରରେ ପ୍ରଦେଶ ଯୁବ କଂଗ୍ରେସ ତରଫରୁ ରକ୍ତଦାନ ଶିବିର

ଭୁବନେଶ୍ୱର,  : ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ନେତୃତ୍ୱରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଜନନାୟକ ରାହୁଲ ଗାନ୍ଧୀଙ୍କ ୫୪ ତମ ଜନ୍ମ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ସମୁଦାୟ ୮୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ଏହି ପରିପ୍ରେକ୍ଷିରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ର କହିଛନ୍ତି ଯେ, ସମ୍ବିଧାନ ଏବଂ ଗଣତନ୍ତ୍ର ସୁରକ୍ଷା ଲଢ଼େଇର ଅଦମ୍ୟ ଯୋଦ୍ଧା, ନିଷ୍ପସିତ, ଉତ୍ପିଡ଼ିତ, ଉପେକ୍ଷିତ, ଅତ୍ୟାଚାରିତ ଓ ଅବହେଳିତ ଜନତାର ନିରନ୍ତର ସ୍ୱର ସମ୍ମାନୀୟ ରାହୁଲ ଗାନ୍ଧୀଙ୍କ ଜନ୍ମଦିନରେ ଆମେ ସଂକଳ୍ପ ନେଉଛୁ ଯେ ଏ ରାଷ୍ଟ୍ରର ମଙ୍ଗଳ ପାଇଁ, ଅଖଣ୍ଡତା ପାଇଁ, ବେକାର ଯୁବକ ଯୁବତୀ, ଅସହାୟା ମହିଳା ଓ ସମାଜରେ ଉପେକ୍ଷିତ ବର୍ଗ ପାଇଁ ଆମେ ଜୀବନର ଶେଷ ରକ୍ତବିନ୍ଦୁର ସଂଗ୍ରାମ କରିବୁ । ରାହୁଲ ଗାନ୍ଧୀ ସାଧାରଣ ଜନତାଙ୍କ ପାଇଁ ନିଜ ଜୀବନକୁ ନିବେଦିତ କରିଛନ୍ତି । ତାଙ୍କର ସମସ୍ତ କାର୍ଯ୍ୟକ୍ରମ, ସ୍ୱର, ସଂଗ୍ରାମ, ଉଦ୍ୟେମ ଓ ଆବେଗ ରାଷ୍ଟ୍ରର ମଙ୍ଗଳ ପାଇଁ ଉଦ୍ଧିଷ୍ଟ । ଏହି ଜନନାୟକଙ୍କୁ ଜଗତରନାଥ ଜଗନ୍ନାଥ ଦୀର୍ଘାୟୁ ଓ ସୁସ୍ଥ ରଖିବା ପାଇଁ ଆମେ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛୁ ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଓ ଶ୍ରୀ ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ଦାଶରଥି ଗମାଙ୍ଗୋ, ବିଶ୍ୱଜିତ ଦାସ, ଜାନକୀବଲ୍ଲଭ ପଟ୍ଟନାୟକ, ପବିତ୍ର ସାଉଁଟା, ପ୍ରଫୁଲ ପ୍ରଧାନ, ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, କିରଣ ସାହୁ, ମହମ୍ମଦ ପରଫେଜ, ମହମ୍ମଦ ଗୁଲଫାମ, ଗୋପନ ମାର୍ଥା, ଅଜୟ ସାହୁ, ଲିଙ୍ଗରାଜ ସାହୁ, ନିହାର ବେହେରା, ସ୍ୱାଗତ କର, ଆଲୋକ ଦାସ, କେଦାର ଦଳେଇ, କୁନା ନନ୍ଦ, ବଳରାମ ନନ୍ଦ, ମାନସ ଆଚାର୍ଯ୍ୟ, ଶ୍ରୀୟାସ୍ମିତା ପଣ୍ଡା, କାର୍ତିକେଶ୍ୱର କାଣ୍ଡି, ସୁରଜ ରାଉତ, ଅମରେଶ ପରିଡ଼।।, ପ୍ରକାଶ ଜେନା, ଶ୍ରୁଜନିକା ରାଉତ, ନଳୀନକାନ୍ତ ନାୟକ, ଅଶୋକ ଦାସ, ମହିରି ଆଚାର୍ଯ୍ୟ, ଶ୍ରୀନିବାସ ରାଉତରାୟ, ସୁନିଲ ସାହୁ ଗାନ୍ଧୀ, ବିଶ୍ୱଜିତ ସ୍ୱାଇଁ ଓ ପ୍ରଭାପ ପ୍ରତାପ ସିଂ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking