21.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶସ୍କୁଲ ପରିସରରେ ଆଖିବୁଜା ଗୁଳିମାଡ଼; ୨୨ ଛାତ୍ରଛାତ୍ରୀଙ୍କ ସମେତ ୩୪ ମୃତ

ସ୍କୁଲ ପରିସରରେ ଆଖିବୁଜା ଗୁଳିମାଡ଼; ୨୨ ଛାତ୍ରଛାତ୍ରୀଙ୍କ ସମେତ ୩୪ ମୃତ

ବ୍ୟାଙ୍ଗକକ୍‌: ଥାଇଲ୍ୟାଣ୍ଡର ସୋଙ୍ଗଖଲାର ଦକ୍ଷିଣ ପ୍ରଦେଶରେ ଥିବା ଏକ ସ୍କୁଲରେ ଏକ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି। ରିପୋର୍ଟ ଅନୁସାରେ ଜଣେ ବନ୍ଧୁକଧାରୀ ଯୁବକ ସ୍କୁଲ୍ ପରିସରରେ ପ୍ରବେଶ କରିବା ସହ ଆଖିବୁଜା ଗୁଳିମାଡ଼ କରିଛି। ଯେଉଁଥିରେ ପ୍ରାୟ ୨୨ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସହ ମୋଟ୍ ୩୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ କିଛି ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ସ୍କୁଲର ପ୍ରିନ୍ସପାଲ୍ ଏବଂ କିଛି ଶିକ୍ଷକ ତଥା କର୍ମଚାରୀମାନେ ମଧ୍ୟ ସାମିଲ ଅଛନ୍ତି। ଏମାନେ ସମସ୍ତେ ବନ୍ଧୁକଧାରୀ ଏହି ୧୮ ବର୍ଷୀୟ ଅଭିଯୁକ୍ତ ଯୁବକକୁ କାବୁ କରିବାକୁ ଚେଷ୍ଟା କରିବା ସମୟରେ ଗୁଳିମାଡ଼ର ଶିକାର ହୋଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

ଅନ୍ୟପକ୍ଷେ ପୁଲିସ୍ ରିପୋର୍ଟ ଅନୁସାରେ ଅଭିଯୁକ୍ତ ଯୁବକଜଣକ ୧୮ ବର୍ଷୀୟ ଯୁବକ ହଠାତ୍ ସ୍କୁଲ ପରିସରରେ ଏକ ‘ଏମ୍‌-୪’ ବନ୍ଧୁକରୁ ଆଖିବୁଜା ଗୁଳିମାଡ଼ କରିଥିଲା। କେହି କିଛି ବୁଝିବା ପୂର୍ବରୁ ହିଁ ଅନେକ ଲୋକ ଗୁଳିର ଶିକାର ହୋଇଥିଲେ ଏବଂ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ। ତେବେ ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ସଶସ୍ତ୍ର ପୁଲିସ୍ ଟିମ୍ ପୁରା ଅଞ୍ଚଳକୁ ସିଲ୍ କରିବା ସହ ଅଭିଯୁକ୍ତକୁ ଆତ୍ମସମର୍ପଣ କରିବାକୁ ବାରମ୍ବାର କହିଚାଲିଛି। ଅନ୍ୟପକ୍ଷେ ରିପୋର୍ଟ ଲେଖାହେବା ସୁଦ୍ଧା ଯୁବକଜଣକ ବନ୍ଧୁକ ମୁନରେ ସ୍କୁଲର ଅନେକ ପିଲା ଏବଂ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ବନ୍ଧକ କରି ରଖିଛି। ଏବେବି ସ୍କୁଲ ବିଲ୍ଡିଂ ଭିତରେ ଅନେକ ଛାତ୍ରଛାତ୍ରୀ ତଥା ଶିକ୍ଷକ/ଶିକ୍ଷୟିତ୍ରୀ ଫସିରହିଛନ୍ତି। ଯାହାଫଳରେ ପୁଲିସ୍ ଏବେ ଅଭିଯୁକ୍ତଯୁବକ ସହ ଅନ୍ୟାନ୍ୟ ସର୍ତ୍ତ ଆଧାରରେ ନେଗୋସିଏଟ୍ କରିବାକୁ ମଧ୍ୟ ଚେଷ୍ଟା କରୁଥିବାର ସୂଚନା ମିଳିଛି। ପ୍ରାଥମିକ ତଦନ୍ତରୁ ଯୁବକଜଣକ ହୋମ୍ ୱାର୍କ ନକରି ସ୍କୁଲ୍‌କୁ ଆସିଥିବା ତା’ ଭଉଣୀକୁ ମାରିଥିବା ଶିକ୍ଷକ ଉପରେ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ସ୍କୁଲ୍‌କୁ ବନ୍ଧୁକ ନେଇ ଆସିଥିଲା ବୋଲି ଜଣାପଡିଛି। ଅଭିଯୁକ୍ତର ଭଉଣୀ ମଧ୍ୟ ଏହି ସ୍କୁଲରେ ପଢ଼ୁଥିବା ବେଳେ କିଛି ଦିନ ପୂର୍ବରୁ ତାଙ୍କୁ ଜଣେ ଶିକ୍ଷକ ପାଠପଢ଼ାକୁ ନେଇ ମାରିଥିଲେ। ଯୁବକର ଭଉଣୀ ସମେତ ପୁରା ପରିବାର ଘଟଣାସ୍ଥଳରେ ଉପସ୍ଥିତ ରହି ଯୁବକକୁ ଆତ୍ମସମର୍ପଣ କରିବାକୁ ଏବଂ ସମସ୍ତଙ୍କୁ ମୁକ୍ତ କରିବାକୁ ଅନୁରୋଧ ଜାରି ରଖିଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ରେଫର କରାଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking