22.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶସ୍କୁଲରେ ଆଖିବୁଜା ଗୁଳିମାଡ, ୩ ମୃତ

ସ୍କୁଲରେ ଆଖିବୁଜା ଗୁଳିମାଡ, ୩ ମୃତ

ଆମେରିକା : ଆମେରିକାର ଏକ ସ୍କୁଲରେ ପୁଣି ଫୁଟିଲା ଗୁଳି। ଓ୍ବିସ୍କୋସିନରେ ଏକ ସ୍କୁଲରେ ଗୁଳିକାଣ୍ଡ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗୁଳିମାଡ କରିଥିବା ଛାତ୍ର ଜଣଙ୍କ ପୁଲିସ୍ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ଆବଣ୍ତାଣ୍ଟ ଲାଇଫ୍ ଖ୍ରୀଷ୍ଟୀଆନ୍ ସ୍କୁଲରେ ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ପିଲା ପାଠ ପଢୁଛନ୍ତି।

ହଠାତ୍ ଆଜି ସକାଳୁ ଛାତ୍ରଛାତ୍ରୀମାନେ ସ୍କୁଲରେ ପାଠ ପଢୁଥିବା ସମୟରେ ଗୁଳିମାଡ ହୋଇଥିଲା। ଅଭିଯୁକ୍ତ ସମେତ ଜଣେ ଛାତ୍ର ଏବଂ ଜଣେ ଶିକ୍ଷକଙ୍କର ମୃତ୍ୟୁ ଘଟିଛି। ୬ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍। ସେ କହିଛନ୍ତି ଏଭଳି ହିଂସାକୁ ବରଦାସ୍ତ କରାଯିବନି। ଯେଉଁମାନେ ଛାତ୍ରଛାତ୍ରୀ ଏବଂ ତାଙ୍କ ପରିବାର ଲୋକ ଙ୍କୁ ଆଘାତ ଦେଇଛନ୍ତି , ସେଭଳି ଲୋକଙ୍କୁ କେବେ ବି ଛଡାଯିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking