21.1 C
Bhubaneswar
Sunday, January 18, 2026
Homeଦେଶ ବିଦେଶସିନେମା ହଲ୍‌ ନିକଟରେ ବିସ୍ଫୋରଣ: ଜଣେ ଆହତ

ସିନେମା ହଲ୍‌ ନିକଟରେ ବିସ୍ଫୋରଣ: ଜଣେ ଆହତ

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ ଘଟିଛି । ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ପିଭିଆର୍‌ ସିନେମା ହଲ୍‌ ନିକଟରେ ବଡ ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିବ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛି। ପିଭିଆର୍‌ ନିକଟରେ ଥିବା ମିଠା ଦୋକାନ ନିକଟରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବହୁ ଦୂର ଯାଏଁ ଶବ୍ଦ ଶୁଣିବାକୁ ମିଳିଛି। ଯାହା ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି। ହେଲେ କେଉଁ କାରଣରୁ ଏହି ବିସ୍ଫୋରଣ ହୋଇଛି ଏନେଇ କିଛି ସୂଚନା ମିଳିନାହିଁ। ପୋଲିସ କଲ୍‌ କରିଥିବା ବ୍ୟକ୍ତି ଓ ବସ୍ଫୋରଣ ନେଇ ଯାଞ୍ଚ ଜାରି ରଖିଛି। ଗୁଜବ ପ୍ରଚାର ନକରିବା ଏବଂ ଶାନ୍ତି ବଜାୟ ରଖିବା ପାଇଁ ପୁଲିସ ଲୋକଙ୍କୁ ନିବେଦନ କରିଛି। ପୁଲିସ କହିଛି ଯେ ଆମେ ଏହି ମାମଲାକୁ ଗମ୍ଭୀରତାର ସହ ଦେଖୁଛୁ। ଏଥିରେ କେହି ମୃତାହତ ହୋଇନାହାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking