33.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶବାଣ ଗୋଦାମରେ ବିସ୍ଫୋରଣ: ୫ ମୃତ

ବାଣ ଗୋଦାମରେ ବିସ୍ଫୋରଣ: ୫ ମୃତ

ଲକ୍ଷ୍ନୌ:  ଉତ୍ତରପ୍ରଦେଶ ଫିରୋଜାବାଦରେ ଅଭାବନୀୟ ଘଟଣା ଘଟିଛି । ସୋମବାର ବିଳମ୍ବିତ ରାତିରେ ଏକ ବାଣ ଗୋଦାମରେ ନିଆଁ ଲାଗିବା ପରେ ଭୟଙ୍କର ବିସ୍ଫୋରଣ ହୋଇ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ବିସ୍ଫୋରଣ ଆଖପାଖରେ ଥିବା ୧୨ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇପଡିଛି । ଘରର ଛାତ ଉଡିଯିବା ସହ କାନ୍ଥ ଗୁଡିକ ଭୁଶୁଡି ପଡିଥିଲା । ୧୦ରୁ ଅଧିକ ଆହତଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ୍ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ କେଉଁ କାରଣରୁ ବିସ୍ଫୋରଣ ଘଟିଛି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ନୌଶହେରା ଗରେ ବାଣ ବ୍ୟବସାୟ ବର୍ଷ ବର୍ଷ ଧରି ଚାଲିଆସୁଛି । ଏହା ପୂର୍ବରୁ ମଧ୍ୟ ଛୋଟ ମୋଟ ଦୁର୍ଘଟଣା ଘଟିଛି, କିନ୍ତୁ ଏହି ବିସ୍ଫୋରଣ ଏପର୍ଯ୍ୟନ୍ତର ସବୁଠାରୁ ଭୟଙ୍କର ବୋଲି କୁହାଯାଉଛି । ତେବେ ଏସବୁ ମଧ୍ୟରେ ବିସ୍ଫୋରଣ ଘଟିଥିବା ବାଣ ଗୋଦାମ୍‌ଟି ବିନା ଲାଇସେନ୍ସରେ ଅର୍ଥାତ୍ ବେଆଇନ ଭାବେ ଚାଲୁଥିଲା ବୋଲି ଜଣାପଡିଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତରପ୍ରଦେଶ ଆଗ୍ରା ରେଞ୍ଜ ଆଇଜି ଦୀପକ କୁମାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking